Advertisment

ବିଜେପିକୁ ଚେକ୍‌ ଦେବା ପାଇଁ କାମ ଦେବ ତ ନବୀନଙ୍କ କଣ୍ଟାବାଞ୍ଜି ଚାଲ୍‌ ?

୨୦୧୯ ଭଳି ୨୪ରେ ବି ଦୁଇଟି ଆସନରୁ ଲଢିବେ ନବୀନ। ଗତଥର ବିଜେପୁର ଆଉ ଏଥର କଣ୍ଟାବାଞ୍ଜି। ପଶ୍ଚିମରେ ବିଜେପି ଦବଦବାର କାଉଣ୍ଟର ପାଇଁ ବିଜେଡି ସୁପ୍ରିମୋଙ୍କ 'କଣ୍ଟାବାଞ୍ଜି' ଗୋଟି।

author-image
Manoranjan Behera
undefined

Naveen Patnaik

ପୁଣି ଦୁଇଟି ଆସନରେ ଲଢ଼ିବେ ନବୀନ। ଗଞ୍ଜାମର ହିଞ୍ଜିଳି ସହ ଏଥର ବି ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖି କଣ୍ଟାବାଞ୍ଜିରୁ ଲଢ଼ିବେ ବିଜେଡି ସୁପ୍ରିମୋ। ହେଲେ ନବୀନଙ୍କ ଏହି ଷ୍ଟ୍ରାଟେଜିକୁ କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସର ପଶ୍ଚିମ ଓଡ଼ିଶା ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଯାହାକୁ ନେଇ ଘନେଇଛି ପଶ୍ଚିମ ରାଜନୀତି।

Advertisment

୨୦୧୯ ଭଳି ୨୪ରେ ବି ଦୁଇଟି ଆସନରୁ ଲଢିବେ ନବୀନ। ଗତଥର ବିଜେପୁର ଆଉ ଏଥର କଣ୍ଟାବାଞ୍ଜି। ପଶ୍ଚିମରେ ବିଜେପି ଦବଦବାର କାଉଣ୍ଟର ପାଇଁ ବିଜେଡି ସୁପ୍ରିମୋଙ୍କ 'କଣ୍ଟାବାଞ୍ଜି' ଗୋଟି। ଯାହା ଚର୍ଚ୍ଚା ହେଉଥିଲା, ସେୟା ହେଲା। ବିଧାନସଭା କ୍ୟାରିୟର ଆରମ୍ଭରୁ ନିଜ ହସ୍ତମୁଦି ମାହାଲ ଥିବା ହି଼ଞ୍ଜିଳି ସହ ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବି ମୈଦାନକୁ ଓହ୍ଲାଇବେ ସିଏମ୍ ନବୀନ।

ଆଉ ଏହି ଘୋଷଣା ପରେ କଣ୍ଟାବାଞ୍ଜି ବିଜେଡିରେ ଉତ୍ସବର ପରିବେଶ। ହେଲେ ଏଥର ବିଜେପୁର ବଦଳରେ କାହିଁକି କଣ୍ଟାବାଞ୍ଜି। ବଲାଙ୍ଗିରରେ ଅପେକ୍ଷାକୃତ ଦୁର୍ବଳ ସଂଗଠନକୁ ବଳ ଦେବା ଚାଲ୍ ନା ପଶ୍ଚିମ ଓଡିଶାକୁ ସରକାରଙ୍କ ଅବହେଳା ନେଇ ବିରୋଧୀଙ୍କ ଅଭିଯୋଗର ଅସ୍ତ୍ର ଭାବେ କଣ୍ଟାବାଞ୍ଜି କାର୍ଡ। ତେବେ ବଲାଙ୍ଗୀରରେ ନବୀନଙ୍କ ପ୍ରାର୍ଥିତ୍ୱ ପଶ୍ଚିମ ଓଡିଶାରେ ସଂଗଠନକୁ ଆହୁରି ସୁଦୃଢ କରି ଅଧିକରୁ ଅଧିକ ଭୋଟ୍ ଆଣିବ ବୋଲି ଦଳୀୟ ନେତା କହିଛନ୍ତି।

Advertisment

ପଶ୍ଚିମ ଓଡିଶାରେ ୫ ଲୋକସଭା ଓ ୮ ବିଧାନସଭା ଆସନ୍‌କୁ କବଜା କରି ରଖିଛି ଭାରତୀୟ ଜନତା ପାର୍ଟି। ହେଲେ ବଲାଙ୍ଗୀର ଓ କଣ୍ଟାବାଞ୍ଜି ବିଧାନସଭା ସିଟ୍ ଏବେ କଂଗ୍ରେସ ଦଖଲରେ। ତେଣୁ ପଶ୍ଚିମ ଓଡିଶାରେ ବିଜେପିର କାୟା ବିସ୍ତାରକୁ ଚେକ୍ ଦେବା ସହ କଂଗ୍ରେସର ସମ୍ଭାବନାକୁ ଶେଷ କରିଦେବାକୁ ଦଳପତି ଏଠି ନିଜେ ମୈଦାନକୁ ଓହ୍ଲାଉଥିବା କୁହାଯାଉଛି। ହେଲେ ପ୍ରଶ୍ନ ଉଠୁଛି ଫଳାଫଳ ପରେ କଣ ?

କାରଣ ଗତଥର ବିଜେପୁର ଓ ହିଞ୍ଜିଳିରୁ ଜିତିବା ପରେ ହିଞ୍ଜିଳିକୁ ରଖି ବିଜେପୁର ଛାଡ଼ି ଦେଇଥିଲେ ସୁପ୍ରିମୋ। ଭୋଟ୍ ଲଢ଼ିବା ବେଳେ ବିଜେପୁରର ଦାୟିତ୍ୱ ମୋର କହି ନିର୍ବାଚନ ଜିତିଲେ, ଆଉ ପରେ ଛାଡ଼ି ଚାଲିଯିବାରୁ ସେତେବେଳେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମଓଡ଼ିଶାକୁ ଧୋକ୍କାର ଅଭିଯୋଗ ଆଣି କଡ଼ା ସମାଲୋଚନା କରିଥିଲେ ବିରୋଧୀ। ଆଉ ଏବେ ବି ଅଭିଯୋଗ, ନବୀନ ପଶ୍ଚିମ ଓଡ଼ିଶାକୁ ପୁଣି ଧୋକା ଦେବେ। ଏଇ ମର୍ମରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ୬ ମାସ ପରେ ପୁଣି କଣ୍ଟାବାଞ୍ଜିରେ ଉପନିର୍ବାଚନ ହେବ। ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଦମ୍ଭ ଦେଖାଇ କହିଛନ୍ତି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ହାରିବା ସୁନିଶ୍ଚିତ। ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ କହିଛନ୍ତି ଭୋଟଗଣତି ଦିନ ବିରୋଧୀ ଉତ୍ତର ପାଇଯିବେ।

ପଦ୍ମପୁର ଉପନିର୍ବାଚନ ସମୟରେ ନବୀନ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଡିସେମ୍ବର ୨୦୨୩ ସୁଦ୍ଧା ପ୍ରତିଶ୍ରୁତି ପୂରଣର କଣ୍ଟ ବି ଦେଇଥିଲେ। ହେଲେ ତାହା ଧୂଆଁବାଣ ପାଲଟିବାରୁ ପଶ୍ଚିମ ଓଡ଼ିଶାବାସୀଙ୍କ ଭିତରେ ସେ ଅସନ୍ତୋଷ ବି ରହିଛି। ସେହିପରି କୋଶଳ ରାଜ୍ୟ ଦାବି ବି ତେଜିଛି। ତେଣୁ ଏସବୁ ଅସନ୍ତୋଷକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ନିଜର ଦ୍ୱିତୀୟ ସିଟ୍ ଭାବେ ବାଛିଥିବା କୁହାଯାଉଛି। ହେଲେ ନବୀନଙ୍କ କଣ୍ଟାବାଞ୍ଜି ନିଷ୍ପତ୍ତି, ପଶ୍ଚିମ ଓଡ଼ିଶାରେ କୁହୁଳୁଥିବା ନିଆଁକୁ କେତେ ପ୍ରଶମିତ କରୁଛି, କଣ୍ଟାବାଞ୍ଜିବାସୀ ନବୀନଙ୍କ ପ୍ରାର୍ଥିତ୍ୱକୁ କିଭଳି ଗ୍ରହଣ କରୁଛନ୍ତି ଏବେ ତା ଉପରେ ନଜର।

BJD CM Naveen Patnaik Odisha Politics General Elections 2024
Advertisment
Advertisment