/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713352037.jpg)
Anant Ambani
ପ୍ରତିଷ୍ଠିତ ବ୍ୟବସାୟୀ ତଥା ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ନିଜର ବିବାହ ପୂର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଥିଲେ। ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତି ୧୦ଟା ୩୦ରେ ପୁରୀରେ ପହଞ୍ଚିଥିଲେ। ପରେ ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା ଅନନ୍ତଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିରକୁ ନେଇଥିଲେ।
ସିଂହଦ୍ୱାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଭିତରକୁ ପ୍ରବେଶ କରିଥିଲେ ଅନନ୍ତ। ପରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଭାବ ବିହ୍ୱଳ ହେଇଥିଲେ। ଶ୍ରୀମନ୍ଦିର ପରମ୍ପରା, ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ପଚାରି ବୁଝିଥିଲେ ଅନନ୍ତ । ପରେ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ ସେ ଫେରିଥିଲେ। ଦୀର୍ଘ ୨ ଘଣ୍ଟା ସେ ଶ୍ରୀମନ୍ଦିରରେ ବିତାଇଥିଲେ।
ଶେଷରେ ଶ୍ରୀମନ୍ଦିର ପ୍ରଶାସନକୁ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ ଦେଇଥିଲେ। ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ, ଦକ୍ଷିଣ ଦ୍ୱାରକୁ ସିଂହଦ୍ୱାର ଭଳି ରୁପା ଛାଉଣୀ କରିବାକୁ ସେବାୟତ ଅନନ୍ତଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟ କରିବା ପାଇଁ ଅନନ୍ତ ତାଙ୍କ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନନ୍ତଙ୍କୁ ମହାପ୍ରଭୁଙ୍କ ମାଳ, ମହାପ୍ରସାଦ ଓ ଖଣ୍ଡୁଆ ଉପହାର ଭାବେ ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)