Advertisment

ବିଜେଡି ଆପଣାଇଛି ନମ୍ବର ୯ ଥିଓରୀ, ହେଲେ କାହିଁକି ?

ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD Number 9 Theory

BJD Number 9 Theory

ବିଜେଡିର ପୁଣି ନମ୍ବର ନାଇନ ଥିଓରୀ । ଦଳ ବର୍ତ୍ତମାନ ସୁଧା ୫ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ସବୁ ଘୋଷଣାରେ ନମ୍ବର ନାଇନ ଉପରେ ଗୁରୁତ୍ବ ଦିଆଯାଇଛି । ଆଜି ବି ଦଳ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯।

Advertisment

ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ବି ଘୋଷଣା ହେଲା। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ବି ଫଳ ୨ ରେ ୭ ମିଶିଲେ ୯ । ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ୯ଟି ଲେଖାଏଁ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ଘୋଷଣା କରିଥିଲା । ମୋଟ ୪ଟି ପର୍ଯ୍ୟାୟରେ ଦଳ ୧୧୭ ଆସନରେ ପ୍ରାର୍ଥୀ ଦେଇଥିଲା । ୧୧୭ର ସବୁ ଘର ଅଙ୍କକୁ ମିଶାଇଲେ ଫଳ ବି ଆସୁଛି ୯। 

ତେବେ ଏବେ ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।

Advertisment

ତେବେ ମୋଟାମୋଟି କହିବାକୁ ଗଲେ ଆଜି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହି ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଦୁଇ ପ୍ରାର୍ଥୀଙ୍କ ଆସନ ଅଦଳବଦଳ କରିଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ଲଢ଼ିବେ । ପଶ୍ଚିମକୁ ଫୋକସ କରିବା ପାଇଁ ନବୀନ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ତେବେ ଦୁଇଟି ଆସନ ସମ୍ବଲପୁର ଓ ରେଢ଼ାଖୋଲରେ ପ୍ରାର୍ଥୀ ଅଦଳ ବଦଳ କରିଛି ଦଳ । ସମ୍ବଲପୁରରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ରେଢ଼ାଖୋଲରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅନ୍ୟପଟେ ଚିତ୍ରକୋଣ୍ଡା ଆସନରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତି ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ଟିକେଟ ଦେଇଛି ବିଜେଡି । ତେବେ ନିମାପଡ଼ାରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ ଟିକେଟ କାଟିଛି ଦଳ ।

BJD BJP Congress Odisha Politics General Election 2024
Advertisment
Advertisment