/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713345384.jpg)
kesar pista kulfi
ଏବେ ଚାଲିଛି ଗ୍ରୀଷ୍ମ ଋତୁ । ଗରମ ଦିନରେ ଥଣ୍ଡା ଥଣ୍ଡା ଆଇସକ୍ରିମ୍ ବା କୁଲ୍ଫି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ କୁଲ୍ଫି ବନେଇବୁ । ଯାହାର ନାଁ ହେଉଛି କେଶର ପିସ୍ତା କୁଲଫି’ । ଏହି ରେସିପିଟି ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ
Advertisment
ଆବଶ୍ୟକ ସାମଗ୍ରୀ:
ପିସ୍ତା ବାଦାମ, କ୍ଷୀର, କଣ୍ଡେନ୍ସ ମିଲ୍କ, ଖୁଆ, ଆଲମଣ୍ଡ, କେଶର, ଚିନି
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ନନ୍ଷ୍ଟିକ ପାତ୍ରରେ କ୍ଷୀର ଗରମ କରନ୍ତୁ।
- କ୍ଷୀର ଫୁଟିବା ମାତ୍ରେ କେଶର ପକାଇ ଆଞ୍ଚ କମ୍ କରିଦିଅନ୍ତୁ।
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ 'ବାନାନା ଲସି'
- ମନେ ରଖନ୍ତୁ କ୍ଷୀର ଯେପରି ତଳେ ଲାଗି ନଯାଏ, ସେଥିପାଇଁ କେଶର ପକାଇବା ପରେ କ୍ଷୀରକୁ ଏକ ଚାମଚରେ ଲଗାତାର ଗୋଳାନ୍ତୁ।
- କ୍ଷୀର ମରିଗଲା ପରେ କଣ୍ଡେନ୍ସ ମିଲ୍କ, ପିସ୍ତା ବାଦାମ, ଆଲମଣ୍ଡ ଓ ଚିନି ପକାଇ ଭଲ ଭାବେ ମିଶାଇ ୩ରୁ ୪ ମିନିଟ ଯାଏଁ ଫୁଟାନ୍ତୁ।
- ବର୍ତ୍ତମାନ ଚୁଲିକୁ ବନ୍ଦ କରିଦିଅନ୍ତୁ ଏବଂ କ୍ଷୀରକୁ ଥଣ୍ଡା ହେବାକୁ ଦିଅନ୍ତୁ।
- ଥଣ୍ଡା ହୋଇଗଲା ପରେ ଏଥିରେ ଖୁଆ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ।
- ବର୍ତ୍ତମାନ କୁଲଫି ବନାଇବା ଛାଞ୍ଚରେ ଏହି ମିଶ୍ରଣକୁ ଭରି ଫ୍ରିଜରେ ରଖି ଦିଅନ୍ତୁ।
- ୩ରୁ ୪ ଘଣ୍ଟା ପରେ ଫ୍ରିଜରୁ କାଢ଼ି ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘କେଶର ପିସ୍ତା କୁଲଫି’। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ପିଲା ମାନଙ୍କୁ ଖାଇବାକୁ ଦିଅନ୍ତୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)