• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Irrigation project
ଯୋଜନା ମାଳମାଳ; ହେଲେ ଫସଲକୁ ଯାଇପାରୁନି ଜଳ

କ୍ଷୋଭର ସହ କହୁଛନ୍ତି ଚାଷୀ । ଜଳକର ନେଉଛନ୍ତି ସରକାର । ହେଲେ କେନାଲକୁ ପାଣି ଛାଡ଼ୁନାହାନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ହରିଠା ଓ କଦନା ଗାଁରୁ ।

 Anganwadi Centre
ଅଙ୍ଗନବାଡ଼ି ଭିତରେ ଜଗିଛି ଯମ ! କାନ୍ଥ ଫାଟି ଆଁ କରିଛି, ଛାତରେ ଦିଶିଲାଣି ଲୁହାଛଡ଼

ମମତା ଘରଟି ତିଆରିର ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି । ଫଳରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି ।

Taptapani Ghat
ମରଣ ଯନ୍ତା ବସେଇ ଜଗିଛି ଯମ ! ଦୁର୍ଘଟଣାରେ ଯାଉଛି ଜୀବନ

ତପ୍ତପାଣି ଘାଟି ରାସ୍ତା ଦେଇ ଗଜପତି, ରାୟଗଡା, କୋରାପୁଟ, ଜୟପୁର ସହ ଗଞ୍ଜାମକୁ ପ୍ରତ୍ୟକ ଦିନ ଯାତାୟାତ କରିଥାଏ ଶହ ଶହ ବସ୍ ଓ ଟ୍ରକ୍ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀ ସବୁବେଳେ ସୁରକ୍ଷିତ ଭାବେ ଘାଟିପାର ହେବା ପାଇଁ କରନ୍ତି ଇଷ୍ଟ ସ୍ମରଣ ।

tribal village of Sundargarh
ବିକାଶଠୁ ବହୁ ଦୂରରେ ଜାମଟୋଲୀ ଗାଁ; ମିଳୁନି ମୌଳିକ ସୁବିଧା, ପହଞ୍ଚୁନି ସରକାରୀ ଯୋଜନା

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଧିନରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜାମଟୋଲୀ ଗ୍ରାମ । ଏ ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି, କିନ୍ତୁ ଦେଖନ୍ତୁ ଗାଁର ରାସ୍ତା । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ରାସ୍ତାର ଶେଷ ମୁଣ୍ଡକୁ ନେଲେ ମିଳେ ଆମ୍ୱୁଲାନ୍ସ ।

FM Medical College & Hospital
ସରୁନି ମେଡିକାଲ କଲେଜ କାମ; ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ

୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି ।

Opium cultivation in shimilipal
ଶିମିଳିପାଳରେ ଅଫିମ ଚାଷ; କୋର୍ ଏରିଆରେ ନଷ୍ଟ ହେଲା ୧୦କୋଟିର ଅଫିମ

ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 11 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 11 March 2024
Protest still echoes in Bhubaneswar
ଭୋଟ୍‌କୁ ଦେଖି ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି, ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ।

idbi bank
IDBI ଠକେଇ ମାମଲା; ପୂର୍ବତନ ମ୍ୟାନେଜର ସମେତ ଆଉ ୨ ଜଣଙ୍କୁ ଗିରଫ କଲା EOW

IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ । 

Youth sets example by drawing paintings
ଅର୍ଥ ବାଧକ ସତ୍ତ୍ବେ ହାରିନି ଅଦମ୍ୟ ଇଚ୍ଛାଶକ୍ତି; ପାଦ ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା

ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି ? 

BJD-BJP Alliance
ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା ଓ କର୍ମୀ

କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।

SSB Odisha PGT Recruitment 2024 apply for 1061 posts
SSB Odisha PGT Recruitment: ଓଡ଼ିଶାରେ ପୂରଣ ହେବେ ୧୦୬୧ PGT ଶିକ୍ଷକ; ଦରମା ୧.୪ ଲକ୍ଷ ପରେ

ଆପଣ ଶିକ୍ଷକ ହେବାର ଲକ୍ଷ ରଖିଛନ୍ତି ଆଉ ଏନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡିଶା ରାଜ୍ୟ ଚୟନ ବୋର୍ଡ(SSB Odisha) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ।

BJP
ବଢ଼ିଲା ମେଣ୍ଟ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲା ରାଜ୍ୟ ବିଜେପି ଟିମ୍‌

ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି।

Boudh Politics
୨୪ ରେ ଖସିଯିବନି ତ ବିଜେଡିର ୨୦ ବର୍ଷର ଆସନ; ବଦଳିବ କି ବୌଦ୍ଧର ରାଜନୈତିକ ଗଣିତ ?

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।

Jajpur Election
୨୪ରେ ଯାଜପୁର ବିଜେପିର ଯୋଦ୍ଧା କିଏ..ଚତୁର୍ଥ ଥର ପାୱାରକୁ ଆସିବେ କି ପ୍ରଣବ?

ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆସନ, ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି ଆଉ ୨୦୦୯ରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଛି ଏ ଆସନର ଶାସନ ଡୋରୀ।

Brave Lady Doctor
ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

ଆକ୍ରମଣ ଖବର ପାଇବା ମାତ୍ରେ, ସହାୟତା ଲାଗି ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ। ଏହି ଟିମରେ ଜଣେ ମାତ୍ର ଡାକ୍ତର ଥିଲେ, ୨୯ ବର୍ଷୀୟା ଓଡ଼ିଆ ଝିଅ ଅନନ୍ୟା।

Heat Wave
କଲବଲ କରିବ ତାତି; ଟୁଇନସିଟି ସମେତ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ।

Panchang
Panchang Today 10th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୪୦ ଗତେ ମୀନ ତିଥି- ଅମାବାସ୍ୟା ଦିବା ୦୨.୩୦ ଗତେ ପ୍ରତିପଦ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର,ରାତ୍ରି ୦୮.୪୦ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ

ib-river drowning
ଇବ୍ ନଦୀରେ ଭାସି ୩ ନିଖୋଜ ଘଟଣା; ମିଳିଲା ୨ମୃତଦେହ

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ।

ED Raid
ଇଡିର ବଡ଼ ଧରଣର ଖୋଳତାଡ଼ ଜାରି, କୋଲକାତା ସହ ରାଜ୍ୟର ୧୨ଟି ସ୍ଥାନରେ ରେଡ୍

ପୁଣି ଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍ । ଭୁବନେଶ୍ୱର, ବଡ଼ବିଲ୍, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢ଼ାଉ ହୋଇଛି । ସେହିପରି କୋଲକାତାରେ ବି ଯାଞ୍ଚକୁ ବଢ଼ାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 10 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 10 March 2024
Sri Mandir
ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ

ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ।

BJP-BJD Alliance
ଛିଣ୍ଡୁନି ମେଣ୍ଟ ଘାଣ୍ଟ; ବିଜେଡି ଚାହୁଁଛି, ବିଜେପି ରାଜି ହେଉନି ?

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।

Fluoride Water
ପାଣି ପିଇ ପଞ୍ଚାୟତସାରା ରୋଗିଣା; କାହାର ମେରୁଦଣ୍ଡ ବଙ୍କା ତ କାହାକୁ ଗ୍ରାସିଛି ଅକାଳ ବାର୍ଦ୍ଧକ୍ୟ

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।

Ratna Bhandar
ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।