Advertisment

ଫୁଲବାଣୀ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ...

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଲେ ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Phulbani prison Death in  jail

Phulbani jail

ଫୁଲବାଣୀ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଲେ ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ। ଗଞ୍ଜେଇ ଚାଲାଣ ମାମଲାରେ ତାଙ୍କ ନୱାରେଣ୍ଟ ଥିଲା। ତେବେ ଗତ ୧୫ ତାରିଖରେ ସେ ଆତ୍ମସମର୍ପଣ କରିଥିଲେ। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇଥିଲେ। 

Advertisment

ତେବେ ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜେଲରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ ଚଳାଇଛି।

Advertisment

Murder Case
Advertisment
Advertisment