• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି। ତାତି ସହ ଏଣିକି ବଢିବ ଗୁଳୁଗୁଳି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ପାଇଁ ୨୪ଟି ଜିଲ୍ଲାକୁ ହିଟୱୋଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। 

ଗତକାଲି ୪୩.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା। ସେହିପରି ନୂଆପଡ଼ା ୪୩, ପାରଳାଖେମୁଣ୍ଡି ଓ ବୌଦ୍ଧ ୪୨.୮ ଡିଗ୍ରୀ ଅନୁଗୁଳ ଓ ନୟାଗଡ଼ ୪୨.୭, ବାରିପଦା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । 

ସେପଟେ ତାପମାତ୍ରା ବଢ଼ିବା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ କରାଯାଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।