Advertisment

୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି କଂଗ୍ରେସ, ଆପ୍‌ ଜରିଆରେ ବାଛାଯାଇଛି ପ୍ରାର୍ଥୀ

‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Congress

ନିର୍ବାଚନୀ ମୈଦାନରେ କଂଗ୍ରେସର ନୂଆଯୋଦ୍ଧା । ପ୍ରଗମନ ଆପ୍ ଜରିଆରେ ଏଯାଏଁ ୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି ଦଳ। ଟିକଟ ବଣ୍ଟନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ଆରମ୍ଭ କରିଥିଲା ଅନଲାଇନ ଫଣ୍ଡା- ପ୍ରଗମନ ଆପ୍। ଯେଉଁଠି ତରୁଣ ଓ ଅଭିଜ୍ଞଙ୍କୁ ମିଶାଇ ଆବେଦନ କରିଥିଲେ ମୋଟ୍ ୩ ହଜାର ୭ଶହ ଆଶାୟୀ। କିନ୍ତୁ ଦଳ ଏଯାଏଁ ୧୩୬ଟି ବିଧାନସଭା ଏବଂ ୧୯ଟି ଲୋକସଭା ପାଇଁ ମୋଟ୍ ୧୫୫ ଜଣ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୧୦ ଲୋକସଭା ଏବଂ ୭୭ ବିଧାନସଭାରେ ପ୍ରାର୍ଥୀ ହେଉଛନ୍ତି ନୂଆ। କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।

Advertisment

ଗଣେଶ୍ୱର ବେହେରା, ଚିରଞ୍ଜୀବ ବିଶ୍ବାଳଙ୍କ ଭଳି ବରିଷ୍ଠ ନେତା ହୁଅନ୍ତୁ କିମ୍ବା ଅଧିରାଜ ପାଣିଗ୍ରାହୀଙ୍କ ଭଳି ବିଧାୟକ। କଂଗ୍ରେସ ଛାଡ଼ି ଶଙ୍ଖ ଧରିଥିବା ବେଳେ ସିପ୍ରା ମଲ୍ଲିକ, ସୋନାଲି ସାହୁ, ଅଶୋକ ପ୍ରତିହାରୀଙ୍କ ଭଳି ନେତା ବି ଅନ୍ୟଦଳରୁ ଆସି ହାତେଇଛନ୍ତି କଂଗ୍ରେସ ଟିକଟ। ଏବେ ବି ଆହୁରି ୯ଟି ବିଧାନସଭା ଏବଂ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ।

୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ୍ ମୋଟ ୧୬ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ ହାର ଥିଲା ୨୫.୭୪ ପ୍ରତିଶତ। କିନ୍ତୁ ୧୯ ନିର୍ବାଚନରେ କଂଗ୍ରେସ ଦୁର୍ଗ ଭୁଶୁଡି ୧ ଅଙ୍କରେ ପହଞ୍ଚିଥିଲା ସିଟ୍ ସଂଖ୍ୟା। ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା। ତେବେ କଂଗ୍ରେସ କହିଛି, ଦଳ ଉପରେ ଏଥର ଲୋକଙ୍କ ଭରସା ବଢ଼ିବା ସହ ଆଶାୟୀଙ୍କ ସଂଖ୍ୟା ବି ବଢ଼ିଛି। ଯାହାର ଶୁଭ ସଙ୍କେତ ପ୍ରଗମନ ଆପରୁ ମିଳିଛି।

Advertisment

ଏବେ ଅପେକ୍ଷା, ପ୍ରଗମନ ଆପ୍ ଜରିଆରେ କଂଗ୍ରେସକୁ ମିଳିଥିବା ନବାଗତ ଯୋଦ୍ଧା, ୨୪ ନିର୍ବାଚନୀ ମୈଦାନରେ କେତେ ଦୂର ସଫଳ ହେଉଛନ୍ତି।

BJD BJP Congress Odisha Politics General Election 2024
Advertisment
Advertisment