Advertisment

ଜୟପୁର ବିଧାନସଭା, ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ

ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Gautam Samntray

Gautam Samntray

ଜୟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଗୌତମ ସାମନ୍ତରାୟ ଜୟପୁର ପାଇଁ ବିଜେପି ପ୍ରାର୍ଥୀ ହେଲେ । ଜୟପୁରରେ ତ୍ରିମୁଖୀ ଲଢ଼େଇ ନେଇ ଚିତ୍ର ସ୍ପଷ୍ଟ ହୋଇଛି । ବିଜେଡିରୁ ଇନ୍ଦିରା ନନ୍ଦ ଓ କଂଗ୍ରେସରୁ ତାରା ବାହିନୀପତି ପ୍ରାର୍ଥୀ ହୋଇଛନ୍ତି । ଗୌତମ-ଇନ୍ଦିରା-ତାରାଙ୍କ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ । ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ ।

Advertisment

ଦକ୍ଷିଣ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ହେଉଛି କୋରାପୁଟ ଜିଲ୍ଲାର ଜୟପୁର ଆସନ । ଏକଦା କଂଗ୍ରେସର ଗଡ଼ ଥିବା ଏଇ ସିଟ୍ ବିଜେଡି କବଜାକୁ ଆସିବା ପରେ ପୁଣି ଦୁଇ ଥର କଂଗ୍ରେସ ହାତକୁ ଫେରିଛି । ତେବେ ୨୦୨୪ ନିର୍ବାଚନରେ ଜୟପୁର ଆସନରେ କଂଗ୍ରେସ ହାଟ୍ରିକ୍ ମାରିବ ନା ଏଠି ପୁଣି ବିଜୟ ବାନା ଉଡ଼ାଇବ ବିଜେଡି ? ସେ ଭିତରେ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ବି ଦୃଢ଼ ସଂଗଠନ ସହ ଉତ୍ତମ କ୍ଷେତ୍ର ପ୍ରସ୍ତୁତି କରୁଥିବାରୁ ମୋଦି ହାୱାରେ ପଦ୍ମ ଦଳ କିଛି ଚକମା ଦେଖାଇ ଇତିହାସ ରଚିବ କି ?

ଆଗରୁ କଂଗ୍ରେସର ଗଡ଼। ମଝିରେ ବିଜୁ ଜନତା ଦଳର ଦବଦବା। ଆଉ ଏବେ ପୁଣି କଂଗ୍ରେସ ସହ ସାଧାରଣ ଜନତା। ଦକ୍ଷିଣ ଓଡ଼ିଶାର ଅନ୍ୟତମ ସୀମାନ୍ତ ଜିଲ୍ଲା କୋରାପୁଟର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ଜୟପୁର। ୧୯୫୧ ପରଠୁ ଏଠି ବିଧାନସଭା ନିର୍ବାଚନରେ ଅଧିକାଂଶ ଥର ଲୋକେ ସେଇ ନେତାଙ୍କୁ ନିର୍ବାଚିତ କରିଛନ୍ତି, ଯିଏ କ୍ଷମତାରେ ରହିଛନ୍ତି। ତେବେ ୨୦୨୪ରେ ପାଣିପାଗ କିଛି ଅଲଗା।

Advertisment

୨୦୦୦, ୨୦୦୪ ଏବଂ ୨୦୦୯ରେ ବିଜେଡିର ରବି ନାରାୟଣ ନନ୍ଦ ଏ ଆସନକୁ ନିଜର ଗଡ଼ କରିଥିଲେ ବି ୨୦୧୪ରେ ଶାସକ ଦଳଠୁ ମୁହଁ ଫେରାଇ ନେଇଛନ୍ତି ଜୟପୁରବାସୀ। ସେବେଠୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି କଂଗ୍ରେସର ତାରା ପ୍ରସାଦ ବାହିନୀପତି। ଉଭୟ ୨୦୧୪ ଏବଂ ୨୦୧୯ରେ ଓଡ଼ିଶାରେ ବ୍ରାଣ୍ଡ ନବୀନ ଓ ଶଙ୍ଖ ଦଳର ଲହର ଭିତରେ ବି ଜୟପୁରକୁ ଜିଣି ପାରିନଥିଲା ଦଳ। ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ତଥା ଚର୍ଚ୍ଚିତ ନେତା ତାରା ବାହିନୀପତିଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଶାସନ ଗାଦିରେ ବସାଇଥିଲେ ଲୋକେ। 

ଅନ୍ୟପକ୍ଷରେ ତିନି ତିନି ଥର ଆସ୍ଥା ଜିତି ବି ଚତୁର୍ଥ ଓ ପଞ୍ଚମ ଥରରେ ଜୟପୁରବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ ରବି ନନ୍ଦ। ତେବେ ଏଥର ନିର୍ବାଚନରେ ନିର୍ବାଚନ ମଣ୍ଡଳୀର ସମୀକରଣ କଣ। କାହା ଉପରେ ଭରସା କରିବେ ଲୋକେ। କଂଗ୍ରେସକୁ ଲଗାତର ତୃତୀୟ ଥର ସୁଯୋଗ ଦେବେ ନା ବିଜେଡିକୁ କ୍ଷମତା ଦେଇ ପରିବର୍ତ୍ତନ ଆଣିବେ। ନା ବିଜେପି ଆଡ଼େ ମୁହାଁଇବେ ।

BJD BJP Congress Odisha Politics General Election 2024
Advertisment
Advertisment