Advertisment

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ; ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha BJP Election Manifesto 2024

Odisha BJP Election Manifesto 2024

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ। ବିଜେପି କାର୍ଯ୍ୟାଳୟରେ ଓଡ଼ିଆ ସଂକଳ୍ପପତ୍ର ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପିତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହାର ଓଡ଼ିଆ ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ବିଜେପି ଲକ୍ଷ୍ୟ ରଖିଛି।

Advertisment

ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ମିଶନରେ କାର୍ଯ୍ୟ କରିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରିଛି। ଗରିବ ପରିବାରକୁ ପରବର୍ତ୍ତୀ ୫ବର୍ଷ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବ। ମାଗଣା ଏବଂ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଣ ଜାରି ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିସ୍ତାର ସହ ପ୍ରତିଘରକୁ ଟ୍ୟାପ୍ ଜଳ ଯୋଗାଣ ଓ ବସ୍ତିର ପୁନଃବିକାଶ କରିବାକୁ ଗ୍ୟାରେଣ୍ଟି ଦିଆଯାଇଛି।ଏଥିସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଅଧୀନରେ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚେକ୍‌ ଦେବାକୁ ପଶ୍ଚିମ ଓଡ଼ିଶା ଆସୁଛନ୍ତି ଶାହ !

ସେହିପରି ମଧ୍ୟବିତ୍ତ ପରିବାର ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କୁ ସ୍ୱପ୍ନ ସାକାର କରିବାର ସୁଯୋଗପ୍ରଦାନ କରିବା ଏବଂ ଉନ୍ନତମାନର ଜୀବନଶୈଳୀ ଦେବାପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ନାରୀଶକ୍ତି ସମାଜର ପ୍ରଗତିରେ ସମାନ ଅଂଶୀଦାର ହେବେ। ସେମାନଙ୍କର ସମ୍ମାନ ସୁନିଶ୍ଚିତ କରିବା ସହ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରାଯିବ। ଯୁବକଙ୍କ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅଧୀନରେ ଉଚ୍ଚମାନର ଶିକ୍ଷା, ବିଶ୍ୱସ୍ତରୀୟ କ୍ରୀଡା ସୁବିଧା, ନିଯୁକ୍ତି ଓ ଉଦ୍ୟୋଗୀ ସୁଯୋଗର ଗ୍ୟାରେଣ୍ଟି ଦିଆଯାଇଛି। ସେହିପରି ବିରଷ୍ଠ ନାଗରିକଙ୍କ ସୁରକ୍ଷା ସହ ସେମାନଙ୍କ ପାଇଁ ଡିଜିଟାଲ୍ ସଶକ୍ତିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

କୃଷକଙ୍କ ପାଇଁ ପିଏମ କିଷାନ ଓ ପିଏମ ଫସଲ ବୀମା ଯୋଜନାରେ ଚାଷୀଙ୍କ ପାଇଁ ଜାରି ରହିବ ଆର୍ଥିକ ସହାୟତା। କଷ୍ଟମ ହାଇରିଂ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଓ କିଷାନ ସମୃଦ୍ଧି କେନ୍ଦ୍ରର ବିସ୍ତାର ଯୋଗୁଁ ସହଜରେ କୃଷି ସମ୍ୱନ୍ଧୀୟ ସୂଚନା ପାଇବେ ଚାଷୀ। ଦୁଗ୍ଧ ସମବାୟ ସମିତି ଯୋଗେ ଦୁଗ୍ଧ ପରୀକ୍ଷଣ, ଲାବୋରାଟୋରୀ, କୁଲର ଓ ପ୍ରକ୍ରିୟାକରଣ କେନ୍ଦ୍ରର ବିସ୍ତାର ହେବ। ସେହିପରି ଟିକାକରଣ ଅଭିଯାନ ଯୋଗୁଁ ଏଫଏମଡି ଦୂର ହେବ ଓ ବ୍ରୁସେଲୋସିସ୍ ନିୟନ୍ତ୍ରଣ କରାଯିବ। କେବଳ ସେତିକି ନୁହେଁ, ସୁରକ୍ଷିତ, ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ସେହିପରି ଗ୍ଲୋବାଲ ଉତ୍ପାଦନର କେନ୍ଦ୍ର ହେବ ଭାରତ। ସହରରେ ଜୀବନଯାପନ ହେବ ସହଜ। ଐତିହ୍ୟ ଓ ବିକାଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି ଦିଆଯାଇଛି।

BJP General Election 2024
Advertisment
Advertisment