• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ । ସୋନପୁରରେ ଜନସଭା କରିବେ ଶାହ । ସୋନପୁରରେ ବିଶାଳ ସମାବେଶ ପାଇଁ ଜୋରସୋରରେ ଆୟୋଜନ ହୋଇଛି ।

ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସୁଛନ୍ତି । ରାମେଶ୍ୱରମ୍ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ କରିବେ ମାନସ ମନ୍ଥନ । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି । ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ: ଏଥର ଲକ୍ଷ୍ମୀପୁରରେ କିଏ, କଂଗ୍ରେସ ଗଡ଼ରେ ବାଜି ମାରିବେ କି ବିଜେଡି-ବିଜେପି

ନଜର ପକାନ୍ତୁ ଅମିତ ଶାହଙ୍କ ଗସ୍ତର ସାତ ପଏଣ୍ଟ ଉପରେ ।....

(୧) ନିର୍ବାଚନୀ ସଭାର ଉଦବୋଧନ ଶାହ କଣ ରଖିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାରର ବିଗୁଲ୍ ଫୁଙ୍କିବେ ।

(୨) ଶାହଙ୍କ ଗସ୍ତ ପାଇଁ ନେତା ଓ କର୍ମୀଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ଏହାକୁ ନିର୍ବାଚନରେ ପ୍ରତିଫଳନ କରିପାରେ ବିଜେପି ।

(୩) ପଶ୍ଚିମ ଓଡ଼ିଶାରେ ୨୦୧୯ରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ଏଥର ଶାହଙ୍କ ଗସ୍ତ ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିବାରୁ ଏହାର ବଡ଼ ପ୍ରଭାବ ପଡ଼ିପାରେ ।

(୪) ବଲାଙ୍ଗିର ଲୋକସଭା ଆସନରେ ଯାଉଛି ସୋନପୁର ଓ କଣ୍ଟାବାଞ୍ଜି । ତେଣୁ ଅନୁମାନ କରାଯାଉଛି ସମସ୍ତ ୭ ଆସନରେ ଏହାର ପ୍ରଭାବ ପଡ଼ିପାରେ । କଣ୍ଟାବାଞ୍ଜିରୁ ଏଥର ନିର୍ବାଚନ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ।

(୫) ବିଜେଡି ବିରୋଧରେ ସିଧା ଫାଇଟ୍ ନେଇ ଗେମ୍ ପ୍ଲାନ୍ ଆଜି ପ୍ରସ୍ତୁତ ହୋଇପାରେ ।

(୬) ତା’ସହ ଆଗାମୀ ୪ ପର୍ଯ୍ୟାୟରେ ଓଡ଼ିଶାରେ ହେବାକୁ ଥିବା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହୋଇପାରେ ।

(୭) ଆଜି ରାତିରେ ଭୁବନେଶ୍ୱରରେ ରାତ୍ରୀଯାପନ କରିବେ ଶାହ । ଏହି ସମୟରେ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କୁ ଗୁରୁ ମନ୍ତ୍ର ଦେଇପାରନ୍ତି ।