/odishatv-khabar/media/post_attachments/uploadimage/library/16_9/16_9_0/Amit_Shah_1714014011.jpg)
Amit Shah
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା । ସୋନପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବିଜେପିର ଅନ୍ୟତମ ଷ୍ଟାର ପ୍ରଚାରକ ଅମିତ ଶାହ।
ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ। ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ।
ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ କରିବେ ମାନସ ମନ୍ଥନ । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି । ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି । ଅମିତ ଶାହଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିରରେ ପ୍ରବଳ ଉତ୍ସାହ ।
ଅଧିକ ପଢ଼ନ୍ତୁ: ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?
ଅନ୍ୟପଟେ ଓଡ଼ିଶାରେ ଗତକାଲି ରାଜ୍ୟ ବିଜେପି ବିଜେଡି ସରକାର ବିରୋଧରେ ପ୍ରସ୍ତୁତ କରିଥିବା ଚାର୍ଜସିଟ୍ ଲୋକଙ୍କ ସାମ୍ନାକୁ ଆଣିଛି । ଆଉ କହିଛି ବିଜେଡିକୁ ଦଣ୍ଡାଦେଶ ଦେବେ ଜନତା। ୨୫ ବର୍ଷ ଶାସନରେ ବିଜେଡିକୁ ୨୫ ପ୍ରଶ୍ନ କରିଛି। ମୁଖ୍ୟ ମୁଦ୍ଦା, ଓଡ଼ିଆ ଅସ୍ମିତା। ଜନ ପ୍ରତିନିଧିଙ୍କୁ ଅଣଦେଖା। ବିଜେଡି ସରକାରରେ କ୍ଷମତାଶାଳୀ ସରକାରୀ ଅଧିକାରୀ। ଏହା ସହ ଦୁର୍ନୀତି, ଅନ୍ୟାୟ, ପିସି କାରବାରକୁ ନେଇ ୬୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ।
ଭୁବନେଶ୍ୱରରେ ଏହାର ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ୨ ନିର୍ବାଚନ ପ୍ରଭାରୀ। ଚାର୍ଜସିଟ୍ ଉନ୍ମୋଚନ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୂପେନ୍ଦ୍ର ଯାଦବ। କହିଛନ୍ତି କୃଷକ, ମହିଳା, ଯୁବକ, ରୋଜଗାର, ସାଂସ୍କୃତିକ ଗୌରବ କ୍ଷେତ୍ରରେ ଗ୍ରାଫ୍ ଖସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)