Advertisment

ଓଡ଼ିଶାରେ ବିଜେପି ସରକାର କରିବା ନେଇ ଶାହଙ୍କ ବିଜୟମନ୍ତ୍ର

ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

author-image
Manoranjan Behera
Amit Shah

Amit Shah

ସୋନପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିବା ପରେ, ଭୁବନେଶ୍ୱରରେ ବିଜୟମନ୍ତ୍ର ଦେଲେ ଅମିତ ଶାହ। ଭୁବନେଶ୍ୱରରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ୧୩ଟି ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶାହ। ଓଡ଼ିଶାରେ ବିଜେପି ସରକାର ଆଣିବାକୁ ହେଲେ ଏକମନ ହୋଇ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି ଶାହ। ରାଜ୍ୟରେ ବିଜେପି ସରକାର କରିବ ଏବଂ କେନ୍ଦ୍ରର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଏହି ରୁଦ୍ଧଦ୍ୱାର ବୈଠକରେ କାର୍ଯ୍ୟକର୍ତ୍ତାଙ୍କୁ ଦୃଢ଼ତାର ସହ କହିଛନ୍ତି ବୋଲି ସୂଚନା ମିଳିଛି।

Advertisment

ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, କେନ୍ଦୁଝର ବିଧାୟକ ପ୍ରାର୍ଥୀ ମୋହନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକ ପରେ ଓଡ଼ିଶା ଗସ୍ତ ସାରି ଭୋପାଳ ଯାଇଛନ୍ତି ଅମିତ ଶାହ।

ସୋନପୁରରୁ ଶାହଙ୍କ ହୁଂକାର। ଓଡ଼ିଶା ବିଜେପିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ କରି, ବିଜୟ ସଂକଳ୍ପ ସମାବେଶରେ ବାରମ୍ବାର ନବୀନଙ୍କ ନାଁ ନେଇ ନିଶାନା ସାଧିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଆ ଅସ୍ମିତାଠୁ ନେଇ ଅଫିସର ମାଧ୍ୟମରେ ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାର ହାଇଜାକିଂ, ଦାଦନ, ରାମ ମନ୍ଦିର ଆଦି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ଶାହ। ନବୀନ ସରକାରକୁ ଉପାଡ଼ି ଫିଙ୍ଗି, ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ଅମିତ ଶାହ।

Advertisment

ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀଙ୍କୁ ସୋନପୁର ସଭା ମଞ୍ଚରୁ ଆହ୍ବାନ ଦେଇଛନ୍ତି ଶାହ। କହିଛନ୍ତି ସାରା ଦେଶ ଭଳି ଓଡ଼ିଶାରେ ବି ପୂରା ମୋଦି ମାହୋଲ୍ ରହିଛି। ଓଡ଼ିଆ ଅସ୍ମିତାର କଥା ଉଠାଇ, ନବୀନଙ୍କୁ ପରୋକ୍ଷରେ ଇଙ୍ଗିତ କରି କହିଛନ୍ତି, ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରେ ନାହିଁ, ସିଏ ପ୍ରଦେଶକୁ ଆଗକୁ ନେଇପାରେ ନାହିଁ । ଏଠାକାର ସରକାର କେବଳ ଓଡ଼ିଶାକୁ ବିକାଶଠୁ ଦୂରରେ ରଖିନି, ଅଫିସର ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ବୋଲି କହିଛନ୍ତି ଶାହ। ଏହା ବି କହିଥିଲେ, ରାଜ୍ୟରେ ଖଣିଜ ସଂପଦର ଲୁଟ୍ ହେଉଛି।

BJD Amit Shah BJP Odisha Politics General Elections 2024
Advertisment
Advertisment