ଆପଣ ଘରେ ବିଭିନ୍ନ ପ୍ରକାରର ଖିରି ବନେଇ ଥିବେ । କିନ୍ତୁ ଆପଣ କେବେ ଆମ୍ବରେ ପ୍ରସ୍ତୁତ ଖିରି ଖାଇଛନ୍ତି କି । ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଓ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବ ଖିରି’ ।
Also Read
ଆବଶ୍ୟକ ସାମଗ୍ରୀ- କ୍ଷୀର, ପାଚିଲା ଆମ୍ବ, ଅରୁଆ ଚାଉଳ, ଚିନି, ଗୁଜୁରାତି, କାଜୁ, ପିସ୍ତାବାଦାମ (ଆଲ୍ମଣ୍ଡ୍)
ପ୍ରସ୍ତୁତି ପ୍ରଣାଳୀ-
- ପ୍ରଥମେ ଏକ ପ୍ୟାନ୍ରେ ଏକ ଲିଟର କ୍ଷୀରକୁ ଫୁଟାନ୍ତୁ।
- କାଜୁ ଏବଂ ପିସ୍ତାବାଦାମ୍କୁ ଛୋଟ ଛୋଟ କରି କାଟି ଦିଅନ୍ତୁ।
- ଅରୁଆ ଚାଉଳକୁ ଧୋଇ ଫୁଟୁଥିବା କ୍ଷୀରରେ ପକାଇ ଦିଅନ୍ତୁ।
ଅଧିକ ପଢ଼ନ୍ତୁ: ଏହି ଗରମରେ ଘରେ ବନାନ୍ତୁ ‘କେଶର ପିସ୍ତା କୁଲ୍ଫି’
- ଏହାପରେ କଟାଯାଇଥିବା କାଜୁ ଏବଂ ପିସ୍ତା ବାଦାମ୍କୁ ସେଥିରେ ପକାଇ ଦିଅନ୍ତୁ।
- ଖିରି ପ୍ରସ୍ତୁତ ହୋଇଗଲେ ଶେଷ ଆଡ଼କୁ ସେଥିରେ ଚିନି ଏବଂ ଗୁଜୁରାତି ପକାନ୍ତୁ।
- ଏହା ପରେ ଗ୍ୟାସ୍କୁ ବନ୍ଦ କରି ଦିଅନ୍ତୁ। ଖିରିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ପାଚିଲା ଆମ୍ବର ରସ ପକାନ୍ତୁ।
- ଏଥିସହ ସେଥିରେ ଆପଣ ମଧ୍ୟମ ପାଚିଲା ଆମ୍ବକୁ ଛୋଟ ଛୋଟ ପିସ୍ କରି ମଧ୍ୟ ପକାଇ ପାରିବେ।
ଏବେ ପ୍ରସ୍ତୁତ ହୋଇଗଲା ଆମ୍ବ ଖିରି। ଏହି ରେସିପିଟିକୁ ଆପଣ ପର୍ବପର୍ବାଣୀରେ ବନେଇ ଠାକୁରଙ୍କୁ ଭୋଗ ଲଗେଇ ପାରିବେ ।