/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714635198.jpg)
foreign tourists flock to its shores
ଆମ କୋଣାର୍କ ଓ ପୁରୀର ସମୁଦ୍ର ମୁହାଁଣ ଏଭଳି ଦୁଃସାହାସିକ ଜଳକ୍ରୀଡ଼ା ପାଇଁ ପାଲିଟିଛି ଉପଯୁକ୍ତ ସ୍ଥାନ। ବିଦେଶୀଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ। ଯେଉଁ ୱାଟର ସର୍ଫିଂ ବିଦେଶରେ ଅଧିକ ଦେଖିବାକୁ ମିଳେ ତାହା ଆମ ଓଡିଶାରେ ବି ସମ୍ଭବ। ଆଉ ଏହା ଆମ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଆଗକୁ ନେଇ ଯିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରୁଛି।
କୋଣାର୍କ ପୁରୀ ବେଳାମାର୍ଗସ୍ଥିତ ରେଞ୍ଜର୍ସ ଆଡଭେଞ୍ଚର ଓ ସର୍ଫିଙ୍ଗ ୟୋଗିସ ଅନୁଷ୍ଠାନର ମିଳିତ ଉଦ୍ୟମରେ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ସର୍ଫିଙ୍ଗ ଟ୍ରେନିଂ ସେଣ୍ଟରରେ ଏପର୍ଯ୍ୟନ୍ତ ଦେଶ ବିଦେଶର ୬୦୦ରୁ ଊର୍ଦ୍ଧ୍ୱ ଯୁବପୀଢ଼ି ସର୍ଫିଙ୍ଗ ତାଲିମ ନେବା ପାଇଁ ଆସିଛନ୍ତି। ତାଲିମ ନେବା ସହ ସମୁଦ୍ର ଢେଉକୁ ଚିରି ଜଳକ୍ରୀଡ଼ାରେ ମସଗୁଲ ହେଉଛନ୍ତି ଦେଶ ବିଦେଶର ଯୁବପୀଢ଼ି ।
ରାମଚଣ୍ଡୀ ସ୍ଥିତ କୁଶଭଦ୍ରା ନଦୀ ମୁହାଁଣ ଓ ଅସ୍ତରଂଗର କେଳୁଣୀ ମୁହାଁଣ ଠାରେ ଏହି ସର୍ଫିଂ ତାଲିମ ଦିଆଯାଉଛି। କୋଣାର୍କ ଉପକୂଳ ଅଂଚଳର ପରିବେଶ ଓ ସମୁଦ୍ର ପାଣିର ମାନ ସର୍ଫିଙ୍ଗ ପାଇଁ ଉପଯୁକ୍ତ ସ୍ଥାନ ବୋଲି କୁହାଯାଉଛି। ଓଡ଼ିଶାରେ ସର୍ଫିଙ୍ଗକୁ ନେଇ ଯଥେଷ୍ଟ ସମ୍ଭାବନା ରହିଥିବା ନେଇ ବିଦେଶୀ ସର୍ଫିଙ୍ଗ ତାଲିମ ଦାତା ମାନେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)