• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ବାଚନ ଲଢିବେ ବିଜେପି ନେତା ଦେବାଶିଷ ନାୟକ । ସୋସିଆଲ ମିଡିଆ ପୋଷ୍ଟରେ ସେ ଏଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବରୀବାସୀ ମୋ ବଳ। ମୋ ପାଇଁ ଦଳ ବଡ଼ ନୁହେଁ। ବରୀବାସୀଙ୍କ ସେବା କରିବାକୁ ନିର୍ବାଚନ ଲଢ଼ିବି ବୋଲି ସେ କହିଛନ୍ତି। 

ବିଜେପି ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହାରି ଭିତରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଦେବାଶିଷ ନାୟକଙ୍କ ନାଁ ନାହିଁ। ତାଙ୍କୁ ନିରାଶ ହେବାକୁ ପଡିଛି । ବରୀ ବିଧାନସଭା କ୍ଷେତ୍ରରୁ ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଏହି ଆସନରୁ ଦଳ ଉମେଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଛି ।

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ, ହେଲେ କାହିଁକି ?

ବରୀ ବିଧାନସଭା ଆସନରୁ ଦେବାଶିଷ ନାୟକ ୨୦୦୯ ଓ ୨୦୧୪ ମସିହା ନିର୍ବାଚନରେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିଲେ । ହେଲେ ୨୦୧୯ ମସିହାରେ ବିଜେଡି ଏହି ଆସନରୁ ସୁନନ୍ଦା ଦାସଙ୍କ ପ୍ରାର୍ଥୀ କରିଥିଲା । ଦେବାଶିଷଙ୍କୁ ଟିକେଟ ନ ମିଳିବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ଆଶା କରାଯାଉଥିଲା କି ବିଜେପି ତାଙ୍କୁ ବରୀ ଆସନରୁ ପ୍ରାର୍ଥୀ କରିବ। ହେଲେ ୨୦୨୪ ନିର୍ବାଚନରେ ମଧ୍ୟ ଦେବାଶିଷଙ୍କୁ ନିରାଶ ହେବାକୁ ପଡିଛି।

ଗତକାଲି ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ତେବେ ଏହା ପୂର୍ବରୁ ଆଜି ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ବିକା ଥିବା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜୁ ଜନତା ଦଳ । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଥିଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହୋଇଛନ୍ତି ପ୍ରାର୍ଥୀ । ତେବେ କୋରେଇରେ ପ୍ରାର୍ଥୀ ହୋଇଥିବା ସଂଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କ ମା’ ।

OTV is now on Whatsapp

Join and get latest news update delivered to you via whatsapp

Join Now