Advertisment

‘BJDକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ସୁଜାତା ପାଣ୍ତିଆନ’

SVEEP କାର୍ଯ୍ୟକ୍ରମ ଦ୍ୱାରା ସୁଜାତା ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏପରିକି SHG ମହିଳାମାନଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ବିଜେପି।

author-image
Manoranjan Behera
ଅଦ୍ୟତନ ହୋଇଛି
Sujata Pandian

Sujata Pandian

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଏନେଇ ଫେରାଦ ହେଲା ବିଜେପି। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ କରିଛି BJP। ବିଜେଡିକୁ ଫାଇଦା ପହଞ୍ଚିଇବାକୁ ସରକାରୀ କଳର ଅପବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।

Advertisment

ବିଜେପି ଅଭିଯୋଗ କରିଛି ଯେ, ସୁଜାତା ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ସିଷ୍ଟମେଟିକ୍ ଭୋଟରସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍- SVEEP ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ପହଁଚାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ସ୍ୱାମୀ ତଥା ବିଜେଡି ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପ୍ରଭାବରେ ସେ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଛି।

ଏପରିକି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳକୁ ଭୋଟ୍ ଦେବାକୁ ମିଶନ ଶକ୍ତି ବିଭାଗକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ବିଜେପି ନିର୍ବାଚନ କମିଶନଙ୍କୁ ଅବଗତ କରିଛି। ଏଥିସହ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ SHG ମହିଳାଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ଦଳ।

Advertisment

ତେଣୁ ନିର୍ବାଚନ ସରିବା ଯାଏ ସୁଜାତା ପାଣ୍ଡିଆନଙ୍କୁ ମିଶନ ଶକ୍ତିର କମିଶନର ପଦବୀରୁ ହଟାଇବାକୁ ଦଳ ଦାବି କରିଛି। ତେବେ ବିଜେପିର ଅଭିଯୋଗ ନେଇ ସୁଜାତା ପାଣ୍ଡିଆନ କିମ୍ୱା ମିଶନ ଶକ୍ତି ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

BJP Election Commission Of India General Elections 2024 Odisha Politics
Advertisment
Advertisment