• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ଅନୁଭବ । ତେବେ ଦଳ ତାଙ୍କୁ ଟିକେଟ୍ ନ ଦେଇ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍‌ ଦେଇଛି । ଯାହାଫଳରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ।

ଟିକେଟ ନଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ । ସେ ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ, ‘ମୋ ସହିତ ପୁଣି ଥରେ ଅନ୍ୟାୟ କରାଯାଇଛି ଏବଂ ମତେ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କରାଯାଇଛି । ବିଜେଡି ଶୀର୍ଷ ନେତୃତ୍ୱ ସଦାସର୍ବଦା ମତେ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନା କରିଆସିଛନ୍ତି । ତେବେ ଏହି ନିଷ୍ପତ୍ତି ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳକୁ ଖଣ୍ଡପଡ଼ାରେ ଦୁର୍ବଳ କରିବ’ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା BJD

ସୂଚନା ଅନୁସାରେ ଆଜି ବିଜେଡି ପକ୍ଷରୁ ବାକି ଥିବା ୩ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୂର୍ବରୁ ବିଜେଡି ଦେବଗଡ଼ ବିଧାନସଭା ଆସନରୁ ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍‌ ଦେଇଥିଲା । କିନ୍ତୁ ଆଜି ଏହି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ । ସେପଟେ କୋରେଇରେ ପ୍ରାର୍ଥୀ ହୋଇଥିବା ସଂଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କ ମା’ ।