Advertisment

ନାମାଙ୍କନ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ଜୟ ଜଗନ୍ନାଥ-ବିଜେପିର ଜୟ ଶ୍ରୀରାମ ନାରା

ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତା’ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD-BJP Face Off During Nomination Files

BJD-BJP Face To face

ଖୋର୍ଦ୍ଧାରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ନାମାଙ୍କନ ଦାଖଲ ପର୍ବ ଚାଲିଥିବା ବେଳେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ମୁହାଁମୁହିଁ ସ୍ଥିତି ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି। ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି ଏସପି । 

Advertisment

ଅପରାଜିତାଙ୍କ ସମର୍ଥକ ଜୟ ଶ୍ରୀରାମ ନାରା ଦେଇଥିବା ବେଳେ ମନ୍ମଥଙ୍କ ସମର୍ଥକ ଜୟ ଜଗନ୍ନାଥ ନାରା ଦେଇଥିଲେ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରା ଲଗାଇ ଉଭୟ ପକ୍ଷରୁ ହୋହଲ୍ଲା ଦେଖିବାକୁ ମିଳିଛି। ପୋଲିସ ଉପସ୍ଥିତି ସତ୍ତ୍ୱେ ଉଭୟ ଦଳର କର୍ମୀଙ୍କ ନାରାବାଜି ଚାଲିଛି । 

ଅଧିକ ପଢ଼ନ୍ତୁ: କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା BJD

ସେହିଭଳି ତେଳଚେରରେ ନାମାଙ୍କନ ଦାଖଲ ବେଳେ ପୋଲିସ ସହ ଧସ୍ତାଧସ୍ତି। ତାଳଚେରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ନାମାଙ୍କନ ବେଳେ ପୋଲିସ ସହ ଯୁକ୍ତିତର୍କ ସହ କଥା କଟାକଟି ହୋଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରାର୍ଥୀଙ୍କ ସହ ୫ରୁ ଅଧିକ ସମର୍ଥକ ଯିବାକୁ ବାରଣ କରିଥିଲା ପୋଲିସ। ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲେ ପ୍ରଫୁଲ୍ଲ ଦାସଙ୍କ ସମର୍ଥକ।

Advertisment

ପୋଲିସ ସହ ଧସ୍ତାଧସ୍ତିରେ ତାଳଚେର ଥାନା ଏସଆଇ ତୁଷାରକାନ୍ତ ମହାନ୍ତିଙ୍କ ହାତ ଓ ଗୋଡ଼ ଭାଙ୍ଗିଥିବା ସୂଚନା ମିଳିଛି। ତାଙ୍କୁ ସ୍ଥାନୀୟ ଲୋକ ମେଡିକାଲରେ ଭର୍ତ୍ତି କରାଇଥିଲେ । କଂଗ୍ରେସ ନେତା କହିଛନ୍ତି, ପୋଲିସ ନିଜ ଦୋଷ ଲୁଚାଇବାକୁ ଏମିତି କହିଛି । ତେବେ ଏହି ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ ।

ଅଧିକ ପଢ଼ନ୍ତୁ: ମିଳିଲାନି ଟିକେଟ୍‌, ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଅନ୍ୟପଟେ ଆଜି ଏକ ବିରାଟ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠାରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅପରାଜିତା । ସେହିଭଳି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସକାଳେ ପ୍ରଥମେ ନିଜ ବାସଭବନରେ ପୂଜାର୍ଚ୍ଚନା କରିଥିଲେ। ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ମତଦାନ ହେବ।

ସେହିଭଳି ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାଏ ମଧ୍ୟ ଆଜି ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ନାମାଙ୍କନ ପୂର୍ବରୁ ଦୌଡ଼ିବା ଆରମ୍ଭ କରିଥିଲେ ମନ୍ମଥ । ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।

ସେପଟେ ସୁନ୍ଦରଗଡ଼ ବିଜେପି ଲୋକସଭା ସାଂସଦ ଜୁଏଲ ଓରାମ ମଧ୍ୟ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହଜାର ହଜାର ଦଳୀୟ କର୍ମୀଙ୍କୁ ଧରି ବିରାଟ ପଟୁଆରରେ ବାହାରିଥିଲେ ଜୁଏଲ୍। ତାଙ୍କ ସାଙ୍ଗରେ ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲୀପ ରାୟ, ସୁନ୍ଦରଗଡ଼ ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ, ତଲସରା ପ୍ରାର୍ଥୀ ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ସମଲେଇ ମନ୍ଦିରରୁ ଶୋଭାଯାତ୍ରା ବାହାରି ଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ ନାମାଙ୍କନ ଭରିଛନ୍ତି ଜୁଏଲ ଓରାମ।

BJD BJP Congress Nomination Filing Odisha Politics General Election 2024
Advertisment
Advertisment