ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜ୍ୟରେ ଯେତେବେଳେ ଆଳୁ ରେଟ୍ ଆକାଶଛୁଆଁ ହୁଏ, ଚଟ୍ କରି ଚର୍ଚ୍ଚାକୁ ଆସିଯାଏ ବିଜେଡି ସରକାର ଅମଳରେ ଫେଲ୍ ମାରିଥିବା ଆଳୁ ମିଶନ ପ୍ରସଙ୍ଗ।
ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ ।
ଟର୍ମିନାଲରେ କୁକୁର, ରନୱେରେ ଗାଈ । ଉଦଘାଟନର ୭ ମାସରେ ନଷ୍ଟ ଏୟାରପୋର୍ଟ । ପୂର୍ବ ସରକାରଙ୍କ ଏୟାରପୋର୍ଟ ଭେଟି ଭେଳିକି ।
ବଜାରରେ ଆଳୁ ଅଛି। ହେଲେ ମନ୍ତ୍ରୀଙ୍କ ବୟାନ ପରେ ବିକ୍ରିଦରକୁ ନେଇ ଦ୍ବନ୍ଦ୍ବ। ଗ୍ରାହକଙ୍କ ପାଇଁ କୃତ୍ରିମ ଅଭାବ ସ୍ଥିତି। କିଛି ଦିନର ସଂକଟ ପରେ ପାଇକାରୀ ଗୋଦାମଠୁ ଖୁଚୁରା ଦୋକାନ ଯାଏଁ, ଏବେ ସବୁଠି ବସ୍ତା ମରା ହୋଇଛି।
ବିଧାନସଭା ଚାଲୁଛି। ହେଲେ କରିଡରରେ ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO। ସୋରିଷ ପକେଇବାକୁ ବି ଜାଗା ନାହିଁ। ଜଣେ ବିଧାୟକଙ୍କୁ ଦୁଇ ଜଣ PSO ମିଳିବା ପ୍ରାବଧାନ ଥିବାରୁ ସୃଷ୍ଟି ହୋଇଛି ଏପରି ପରିସ୍ଥିତି ।
ସେହିପରି ସେମିକଣ୍ଡକ୍ଟର ହବ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଏଫଡିଆଇ ଯୋଗାଡ଼ କରିବାକୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଳୁ ଯୋଗାଣ ସମସ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନ କରିଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଗାଁ ଦାଣ୍ଡରେ କ୍ରିକେଟ୍ ଖେଳୁଥିବାବେଳେ, ବଲଟି ଗ୍ରାମର ଜଣେ ମହିଳାଙ୍କ ଦେହରେ ବାଜିଥିଲା I ତା’ପରେ ଯାହା ଘଟିଲା କେହି ଭାବିନଥିବେ...
ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ଆସନ ଟଳମଳ । ଅଗଷ୍ଟ ୧ରେ ଅନାସ୍ଥା ଭୋଟ୍...
ଭେଜ୍ରେ କଣ ବନେଇବେ ସେଥିପାଇଁ ଚିନ୍ତିତ କି? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ସୋୟାବିନ୍ର ଏକ ନୂଆ ରେସିପି । ଏହି ରେସିପିର ନାଁ ହେଉଛି ’ସୋୟା ମଞ୍ଚୁରିଆନ୍’ ।
ସ୍ପଷ୍ଟ ବାରି ହେଉଛି, କେତେ ଉନ୍ନତମାନର କେତେ ଉଚ୍ଚକୋଟିର କାମ ହେଇଥିଲା ମାଲକାନଗିରି ବିମାନ ବନ୍ଦର ନିର୍ମାଣରେ ।
ବନ ବିଭାଗ ଓ ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ କାଠ ମାଫିଆକୁ ଧରାଇଲା ଡ୍ରୋନ୍ । ସନ୍ତରାପୁର ଗାଁରେ ଚୋରା କାଠ ମାଫିଆଙ୍କ ଉପରେ ହୋଇଥିଲା ବଡ଼ ଆକ୍ସନ୍।
ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି ।
ସରକାରୀ ସହାୟତା ପାଇଁ ପରିବାର ମାନଙ୍କର କ୍ଷୟକ୍ଷତି ଆକଳନ କରାଯିବା ସହ, ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଯିବ। ଜରୁରୀ କାଳୀନ ସହାୟତା ଭାବେ ସମସ୍ତ ପରିବାରକୁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।
ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ବୋଲି କହିବା ସହ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ । ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ । ୨ ମିନିଟରେ ଗାଏବ ହୋଇଗଲା ୨ଟି ବ୍ୟାଗ୍ ।
ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି....
ସ୍ପେନୀୟ କିଶୋର ଲାମିନ୍ ୟମାଲ୍ଙ୍କୁ ନେଇ ଏବେ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍ବଲ୍ ଜଗତରେ ବେଶ୍ ଚର୍ଚ୍ଚା। ୟୁରୋ ୨୦୨୪ ସେମିଫାଇନାଲ୍ରେ ଫ୍ରାନ୍ସ ବିପକ୍ଷରେ ଏକ ଚମକପ୍ରଦ ଗୋଲ୍ କରି ସେ ହୋଇପାରିଥିଲେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ସ୍କୋରର୍। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସ୍ପେନ୍ର ମୁକୁଟ ବିଜୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।
୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି ।
ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି।