• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସରକାରୀ ଚାକିରି ନିଯୁକ୍ତିରେ ମହାଘୋଟାଲା ଅଭିଯୋଗ ! ବାଦ ପଡୁଛନ୍ତି ମେଧାବୀ ! ବିକ୍ରି ହେଉଛି କି ସରକାରୀ ଚାକିରି ? ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକସନ୍ କମିଶନ-OSSSC ଦ୍ବାରା ପ୍ରକାଶିତ କଂବାଇଣ୍ଡ୍ ଏକ୍ଜାମିନେସନ୍ ଗ୍ରୁପ-C ରେଜଲ୍ଟକୁ ନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି କିଛି ପରୀକ୍ଷାର୍ଥୀ । ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭଷ୍ଟକ ଇନସ୍ପେକ୍ଟର ରେଜଲ୍ଟରେ ଗଡବଡ଼ି ସନ୍ଦେହ କରିଛନ୍ତି । କିଛି ପିଲାଙ୍କର ପିଇଓ ଏକଜାମ୍ ରେଜଲ୍ଟକୁ ଦେଖି ନିଯୁକ୍ତିରେ ଏଭଳି ଦୁର୍ନୀତିର ଗନ୍ଧ ବାରିଛନ୍ତି ସେମାନେ ।

ଗଜପତି ଜିଲ୍ଲାର ଜଣେ ପ୍ରାର୍ଥୀ ଗତବର୍ଷ ପିଇଓ ପରୀକ୍ଷାରେ ୧୮୦ରୁ ରଖିଥିଲେ ମାଇନସ୍ ୭ । କିନ୍ତୁ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାରେ ୧୫୦ରୁ ରଖିଛନ୍ତି ଶହେ ମାର୍କ । ସେମିତି ଆଉ ଜଣେ ପ୍ରାର୍ଥୀ ପିଇଓ ପରୀକ୍ଷାରେ ୯.୫ ମାର୍କ ରଖିଥିଲେ । ଫରେଷ୍ଟ ଗାର୍ଡ ପରୀକ୍ଷାରେ କିନ୍ତୁ ପାଇଛନ୍ତି ୯୯.୯୮୪ ପର୍ସେଣ୍ଟାଇଲ୍ । ପିଇଓରେ ମାଇନସ୍ ସ୍କୋରର ଗ୍ରୁପ-Cରେ କେମିତି ହେଲେ ଟପ୍ ସ୍କୋରର ସେନେଇ ପ୍ରଶ୍ନ ଉଠାଇଛନ୍ତି କିଛି ପରୀକ୍ଷାର୍ଥୀ । ଏହାର ତଦନ୍ତ ସହ ପରୀକ୍ଷା ବାତିଲ କରାଯାଉ, ନଚେତ୍ OSSSC ଅଫିସ୍ ଆଗରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ପରୀକ୍ଷାର୍ଥୀ ଏହା ବି ଅଭିଯୋଗ କରୁଛନ୍ତି, କଂପ୍ୟୁଟର ହ୍ୟାକ୍ କରି ମାର୍କ ବଢ଼ାଯାଉଛି। ଏହା ପଛରେ ରହିଛି ଦଲାଲିଗିରି । ସାଇବର୍ ଏକ୍ସପର୍ଟଙ୍କ ମତରେ, ପ୍ରଶ୍ନପତ୍ର କିମ୍ବା ଉତ୍ତର ହ୍ୟାକ୍ ହେବା ସମ୍ଭବ ନୁହଁ । ପ୍ରଶ୍ନପତ୍ର ଲିକ୍ ହୋଇଥାଇପାରେ ।

ପୂର୍ବରୁ ଓଡ଼ିଶା ପୋଲିସ୍ ନିଯୁକ୍ତି ବୋର୍ଡ ପରୀକ୍ଷାରେ କିଛି ପରୀକ୍ଷାର୍ଥୀଙ୍କୁ ହୋଟେଲରେ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ବତାଇ ଦିଆଯାଉଥିବା ଅଭିଯୋଗ ଆସିଥିଲା । ବାଲେଶ୍ବରରୁ ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଥିଲା ପୋଲିସ୍ । ନିକଟରେ OSSSC କରିଥିବା RI, ARI ଭଳି ଅନେକ ପରୀକ୍ଷାଫଳ ବିଳମ୍ବକୁ ନେଇ ବି ସନ୍ଦେବ ଉପିଜିଥିଲା ।
 

  • Reported by:
  • RASHMIRANJAN DAS

OTV is now on Whatsapp

Join and get latest news update delivered to you via whatsapp

Join Now