Advertisment

କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ, ଫାର୍ମରେ ପଡ଼ି ରହିଛନ୍ତି ଶହ ଶହ ମଲା କୁକୁଡ଼ା

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Bird flu

Bird flu

କେନ୍ଦ୍ରାପଡ଼ାରେ ପୁଣି କୁକୁଡ଼ା ମଡ଼କ । ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା । ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମଡ଼କ ଦେଖିବାକୁ ମିିଳିଛି । ସ୍ଥାନୀୟ ଏଣ୍ଡର, ନରସିଂହପୁର, ତିଲଙ୍ଗ ପଞ୍ଚାୟତର ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା । ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା । କୁକୁଡ଼ା ମଡ଼କ ଯୋଗୁଁ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛନ୍ତି ।

Advertisment

ପୂର୍ବରୁ ମଧ୍ୟ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ କରାଯାଇଥିଲା । ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ କରାଯାଇଥିଲା। ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ଏହି ସବୁ ବସ୍ତା ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଥିଲା । 

ପୁରୀ ଜିଲ୍ଲାର ପିପିଲି ପରେ ଡେଲାଙ୍ଗରେ ମଧ୍ୟ ବାର୍ଡ଼ ଫ୍ଲୁ ଆତଙ୍କ । ଜଣଙ୍କ ଫାର୍ମରୁ ସଂଗୃହିତ ନମୁନା ପଜିଟିଭ୍ ଆସିବାପରେ, ଫାର୍ମରେ ଥିବା ୩ ହଜାର ୨ ଶହ କୁକୁଡ଼ା କିଲିଂ ଆରମ୍ଭ ହୋଇଥିଲା । ଚିହ୍ନଟ ହୋଇଥିବା ୭୪ଟି ଫାର୍ମରୁ କିଲିଂ ସହ ସାନିଟାଇଜ୍ ପ୍ରକ୍ରିୟାରେ ୧୦ଟି RRTଟିମ୍ ନିୟୋଜିତ ହୋଇଥିଲେ ।

Advertisment

ବାର୍ଡ ଫ୍ଲୁର ହଟସ୍ପଟ୍ ପୁରୀ ଜିଲ୍ଲା ସାଜିଥିବାବେଳେ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚିକେନ୍ ଆଉ ଅଣ୍ଡାରୁ ମୁହଁ ଫେରାଉଛନ୍ତି ଗ୍ରାହକ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ । ମାଛ ନଚେତ୍ ମଟନ୍ ସେଣ୍ଟରରେ  ଆମିଷ ପ୍ରେମୀଙ୍କର ଭିଡ଼ ରହୁଛି, ହେଲେ ଚିକେନ୍ ସେଣ୍ଟର କିନ୍ତୁ ଖାଁ ଖାଁ। ଯେଉଁଠି ଦିନେ କିଲୋ ପିଛା ୨୪୦ରୁ ୨୫୦ ଥିଲା ଚିକେନ୍ ରେଟ୍, ବାର୍ଡ ଫ୍ଲୁ ପରେ ୨ଶହ ତଳକୁ ଖସି ଆସିଛି ଦର ।

ଏଣେ ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜଧାନୀରେ ଆକ୍ସନ ମୋଡକୁ ଆସିଛନ୍ତି BMC କର୍ତ୍ତୃପକ୍ଷ। ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି BMC କମିଶନର । କେବଳ ଏତିକି ନୁହେଁ, ଚିକେନ ଖାଉଥିବା ଓ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବାର୍ଡ ଫ୍ଲୁ ସଂପର୍କରେ ସଚେତନତା ପାଇଁ ବିଜ୍ଞପ୍ତି ବି ଜାରି କରାଯାଇଛି ।

Bird Flu Kendrapara
Advertisment
Advertisment