ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ଏଥିପାଇଁ ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ। ଘରେ ଘରେ ସୁଭଦ୍ରା । ଗାଁ ଗାଁ ସହର ସହର ବୁଲିବ ସଚେତନତା ରଥ। ଭୁବନେଶ୍ୱର ଗାନ୍ଧିମାର୍ଗରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ ।
ଯୋଜନା ବାବଦରେ ମହିଳାଙ୍କୁ ସଚେତନ କରିବାକୁ ରାଜ୍ୟର ପ୍ରତିଟି ଅଞ୍ଚଳରେ ସଚେତନତା ରଥ ବୁଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଶୀଘ୍ର ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର ସମୟ ସୀମା ନାହିଁ, ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ । ତେବେ ଉଦଘାଟନୀ ଉତ୍ସବରେ ଥିବା ମେୟର ସୁଲୋଚନା ଦାସ କାର୍ଯ୍ୟକ୍ରମ ଶେଷରେ କିନ୍ତୁ ଯୋଜନା ଉପରେ ବର୍ଷିଛନ୍ତି । କହିଛନ୍ତି ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭୀରଶୀଳ ହେବା ସମ୍ଭବ ନୁହେଁ। ଯାହାର ଜବାବ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ।
Also Read
ଯୋଜନାରେ କେମିତି ସବୁ ଯୋଗ୍ୟ ମହିଳା ସାମିଲ ହେବେ, ଠକାମିରେ ପଡ଼ିବେ ନାହିଁ, କ'ଣ ସବୁ ଡକ୍ୟୁମେଣ୍ଟ ଦେଇ କିଭଳି ଏବଂ କେଉଁଠି ଆବେଦନ କରିବେ, ସେ ବାବଦରେ ସଚେତନ ବାର୍ତ୍ତା ଦେବ ଏ ରଥ। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟ ସାରା ସଚେତନତା ରଥ ବୁଲିବା ପରେ
୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଯୋଜନାର ଶୁଭାରମ୍ଭ କରିବେ।