/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725703791.jpg)
Cab Driver Kidnapping case
ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ । ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଘଟଣାର ମାଷ୍ଟର ମାଇଣ୍ଡ ସହ ଦୁଇ ଜଣଙ୍କୁ ଗିରଫ କରିଛି ଗଁଦିଆ ପୋଲିସ । ଭୁବନେଶ୍ୱରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ରାଜେଶ କୁମାର ନାଥ ଓ ସହଯୋଗୀ ସୁମନ୍ତ ନାଥ।
ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି । କାର୍ ଉଦ୍ଧାର କରି ସଂପୃକ୍ତ କ୍ୟାବ୍ ଡ୍ରାଇଭରଙ୍କୁ ହସ୍ତାନ୍ତର କରିଛି ପୋଲିସ । ଗତ ମାସ ୧୩ ତାରିଖରେ ଗଁନ୍ଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଅଞ୍ଚଳର ଯୁବକ ଭୁବନେଶ୍ୱରରୁ କାର୍ ବୁକିଂ କରି ଯୋରନ୍ଦା ଆସିଥିଲେ ।
ପରେ ଯୋରନ୍ଦା ନିକଟସ୍ଥ ରାଧାଦେଇପୁର ଜଙ୍ଗଲ ରାସ୍ତାରେ ଡ୍ରାଇଭର ତଥା ଗାଡି ମାଲିକ ବଳରାମ ପ୍ରଧାନଙ୍କ ଠାରୁ ଦୁଇଟି ମୋବାଇଲ ସହ ଏକ ସୁନା ମୁଦି ଲୁଟ୍ କରିଥିଲେ । ତେବେ ନିକଟସ୍ଥ ମହିମା ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଫିଙ୍ଗି ଫେରାର ହୋଇଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)