• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କ୍ବାର୍ଟର ନଂ- ଟାଇପ ଟୁ ୨୯ / ୪.... ସ୍ଥାନ- ପୋଲିସ କଲୋନୀ, ୟୁନିଟ ୩- ଭୁବନେଶ୍ବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ସାମ୍ନାରୁ ମାତ୍ର ଶହେ ମିଟର ଦୂର । ସେପ୍ଟେମ୍ବର ୫ ଦିନ ଦ୍ବି ପ୍ରହର । ଦିନ ଦୁଇ ପ୍ରହରେ ଲୁଟେରା ପସିଲେ, କଳାକନା ବୁଲାଇ ଚାଲିଗଲେ । ପୋଲିସ SI ରମାକାନ୍ତ ପ୍ରଧାନଙ୍କ ଘରୁ ପାଖାପାଖି ୫ ଲକ୍ଷ ଟଙ୍କାର ସୁନା ଗହଣା, ପୁରୁଣା ସଂଗୃହିତ କଏନ ଓ ଘଣ୍ଟା ସବୁ ନେଇ ପାର୍ ହୋଇଗଲେ । ଘଟଣାକୁ ଏହା ଭିତରେ ୩ ଦିନ ବିତିଗଲାଣି । ହେଲେ ଲୁଟେରାଙ୍କ ଟେର ପାଇନାହିଁ ପୋଲିସ । ଯାହାକୁ ନେଇ ରମାକାନ୍ତଙ୍କ ପରିବାର ଲୋକ ଉଠାଇଛନ୍ତି ପ୍ରଶ୍ନ ।

ସେପଟେ ପୋଲିସ କଲୋନୀରେ ଦିନ ବେଳା ପସି ରମାକାନ୍ତଙ୍କ ଘରୁ ଲୁଟ୍ ହେବାପରେ ଭୟଭୀତ କଲୋନୀବାସୀ । କଲୋନୀବାସୀଙ୍କ କହିବା ଅନୁସାରେ ଏତେ ସୁରକ୍ଷା ବ୍ୟାବସ୍ଥା ଭିତରେ ଲୁଟେରା ପସି ଲୁଟ କରିବା ଅର୍ଥ ପୋଲିସକୁ ଚାଲେଞ୍ଜ । ଏବେ ଦିନବେଳା ମଧ୍ୟ ଘରଛାଡି ବାହାରକୁ ଯିବାକୁ ଡରିଲେଣି ଲୋକେ ।

ପୋଲିସ କଲୋନୀରେ ଯଦି ଲୁଟେରା ପସି ଉତ୍ପାତ କରିବେ, ତେବେ ସାଧାରଣ ଲୋକ କିଭଳି ସୁରକ୍ଷିତ ମଣିବେ। ତେବେ ଲୁଟ ଘଟଣାକୁ ନେଇ ଏବେ ତଦନ୍ତ ଚାଲିଥିବା ବେଳେ ସମସ୍ତ ସିସିଟିଭି ଚେକ କରାଯାଉଛି । ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚାଲିଥିବା ଡିସିପି ସୂଚନା ଦେଇଛନ୍ତି।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now