/odishatv-khabar/media/post_attachments/uploadimage/library/16_9/16_9_0/Rajgangpur_1725769760.jpg)
Rajgangpur
ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ । ଧୀରେ ଧୀରେ ଛଡ଼ାଇ ନେଉଛି ବେଉସା । ଚାଷ କରି ଗରିବ ଚାଷୀଟିଏ ନିଜର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ସେ ଆଜି ମୁଣ୍ଡରେ ହାତ ଦେଇ ବସିଛି । କାରଣ ସିମେଣ୍ଟ କାରଖାନାରୁ ବାହାରୁଥିବା ବିଷାକ୍ତ ରାସାୟନିକ ପାଣି ଚାଷ ସବୁକୁ ନଷ୍ଟ କରିଦେଇଛି । ଫଳରେ ଏବେ ଚାଷୀ କେମିତି ପରିବାର ପ୍ରତିପୋଷଣ କରିବ ଓ ଧାରକରଜ ସୁଝିବ ସେ ନେଇ ଚିନ୍ତାରେ ରହିଛି ।
ପୂର୍ବରୁ କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ଧୂଳିଧୂଆଁ ଅଞ୍ଚଳବାସୀଙ୍କୁ ଅସହ୍ୟ କରୁଥିଲା । ହେଲେ ଏବେ କାରଖାନାରୁ ନିଷ୍କାସିତ ରାସାୟନିକ ପାଣି ସବୁ ଉଜାଡ଼ି ଦେଉଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଚୁପ ବସିଛି ପ୍ରଶାସନ । ସରକାର କି ପ୍ରଶାସନ ସିମେଣ୍ଟ କାରଖାନା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଏନେଇ ଆମେ କମ୍ପାନୀ କର୍ତ୍ତୃପକ୍ଷ ସହ ଯୋଗାଯୋଗ କରିଥିଲୁ । ହେଲେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଅପରପକ୍ଷରେ ରାଜଗାଙ୍ଗପୁର ତହସିଲଦାର କହିଛନ୍ତି, ଏହାର ତଦନ୍ତ କରି ଉପରିସ୍ଥ ଅଧିକରୀଙ୍କୁ ଜଣାଇବା ସହିତ ଉଚିତ ପଦକ୍ଷେପ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)