• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ମାଆ ସାଜିଲା ଅପହରଣକାରୀ । ନିଜର ୩ ମାସର ପିଲାକୁ ଚୋରି କଲା ମାଆ । ଏପରି ସାଂଘାତିକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁରରୁ । ସ୍ଥାନୀୟ ମାଦଳା ସାହିରେ ରହୁଥିବା ପରମେଶ୍ୱର ଖେମୁଣ୍ଡି ଓ ସୁକାନ୍ତି ଦାସଙ୍କ ତିନି ମାସର ପୁଅ ଗତ ୩ ତାରିଖରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ପରମେଶ୍ୱର ବଲାଙ୍ଗିର ଯାଇଥିବାବେଳେ, ପତ୍ନୀ ଫୋନରେ ଏନେଇ ଜଣାଇଥିଲେ । ପରେ ଜୟପୁର ଥାନାରେ ଏନେଇ ଏତଲା ଦେଇଥିଲେ ପରମେଶ୍ୱର । ତେବେ ପୁଅ ନିଖୋଜକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏପରିକି ପୁଅ ନିଖୋଜ ପଛରେ ବାପାଙ୍କ ସଂପୃକ୍ତି ଥିବା ମାଆ ସୁକାନ୍ତି ଅଭିଯୋଗ କରିଥିଲେ । ହେଲେ ପୋଲିସ୍ ର ତଦନ୍ତ ପରେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ଶିଶୁର ମାଆ ହିଁ ଏହି ଘଟଣା ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି । ପୂର୍ବତନ ପ୍ରେମିକଙ୍କ ସହ ମିଶି ଶିଶୁ ପୁତ୍ରର କିଡନାପ୍ ପ୍ଲାନ୍ କରିଥିଲା ମାଆ । ଶିଶୁ ପୁତ୍ରଙ୍କୁ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଉଦ୍ଧାର କରାଯାଇଛି । 

 

OTV is now on Whatsapp

Join and get latest news update delivered to you via whatsapp

Join Now