Advertisment

ଖୋଲିଲା ସ୍କୁଲ ବଢ଼ିଲା ସଂକ୍ରମଣ, ୩ ଦିନରେ ଓଡ଼ିଶାରୁ ୨ ଛାତ୍ରୀ ପଜିଟିଭ

କରୋନା ଭୟ ଥିଲେ ବି ସ୍କୁଲ ଖୋଲା ଯାଇଥିବାରୁ ବାଧ୍ୟହୋଇ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି ଅଭିଭାବକ। ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିବାକୁ ପଡ଼ୁଥିବାରୁ ଟୀକା ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଫ୍ଲୁ ଓ କୋଭିଡ୍‌ର ଲକ୍ଷଣରେ ବିଶେଷ ଫରକ୍ ନାହିଁ।

author-image
Chandan Shishu
ଖୋଲିଲା ସ୍କୁଲ ବଢ଼ିଲା ସଂକ୍ରମଣ, ୩ ଦିନରେ ଓଡ଼ିଶାରୁ ୨ ଛାତ୍ରୀ ପଜିଟିଭ

Covid19

ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ବଢ଼ିଚାଲିଛି ଛାତ୍ରଛାତ୍ରୀଙ୍କ ସଂକ୍ରମଣ। ରିପୋର୍ଟ କହୁଛି, ସ୍କୁଲ ଖୋଲିବା ପରେ ହିମାଚଳ ପ୍ରଦେଶରେ ୬୨, ପଞ୍ଜାବରେ ୨୭, ହରିୟାଣାରେ ୬ ଜଣ ଛାତ୍ରଛାତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଜୁଲାଇ ୨୬ରୁ ଓଡ଼ିଶାରେ ସ୍କୁଲ ଖୋଲିବା ପରେ ଦାରିଙ୍ଗବାଡ଼ିର ୨ ଛାତ୍ରୀ ବି କୋଭିଡ୍‌ରେ ସଂକ୍ରମିତ ହେଲେଣି। ଅଗଷ୍ଟ ୧୦ରେ ଦାରିଙ୍ଗିବାଡ଼ିର ଏକ ଛାତ୍ରୀ ନିବାସରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପଜିଟିଭ ବାହାରିଥିବା ବେଳେ ଆଜି ଆଉ ଏକ ଛାତ୍ରୀ ନିବାସରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସ୍ଥାନୀୟ ପ୍ରଶାସନ ୧୦ ଦିନ ପାଇଁ ସ୍କୁଲକୁ ବନ୍ଦ ରଖିଛି ଓ ସ୍କୁଲ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

Advertisment

ଏପଟେ କରୋନା ଭୟ ଥିଲେ ବି ସ୍କୁଲ ଖୋଲା ଯାଇଥିବାରୁ ବାଧ୍ୟହୋଇ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି ଅଭିଭାବକ। ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିବାକୁ ପଡ଼ୁଥିବାରୁ ଟୀକା ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଫ୍ଲୁ ଓ କୋଭିଡ୍‌ର ଲକ୍ଷଣରେ ବିଶେଷ ଫରକ୍ ନାହିଁ।  ଯଦି କୌଣସି ଶିଶୁଙ୍କୁ ଜ୍ୱର ଲାଗି ରହୁଛି, ପିତାମାତା ତୁରନ୍ତ ଶିଶୁର କୋଭିଡ୍ ଟେଷ୍ଟ କରାଇ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ। ତାହାହେଲେ ସମ୍ଭାବ୍ୟ ସଂକ୍ରମଣରୁ ରୋକାଯାଇପାରିବ। 

Advertisment

ଏପଟେ ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅଧିକ ସଂକ୍ରମଣ ଭୟ ଥିବାରୁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ଲାଗି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସପ୍ତାହକ ମଧ୍ୟରେ ଗଠନ ହେବ ଟାସ୍କଫୋର୍ସ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଟାସ୍କଫୋର୍ସରେ ସିଡିଏମ୍ଓ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ଆନେସ୍ଥେସିଆ ସ୍ପେଶାଲିଷ୍ଟ ସଦସ୍ୟ ରହିବେ। ଟାସ୍କଫୋର୍ସ ନିୟମିତ ଭାବେ ଜିଲ୍ଲାର ଶିଶୁ କୋଭିଡ୍ ସ୍ଥିତିର ମନିଟରିଂ କରିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଲକ୍ଷଣଯୁକ୍ତ ଶିଶୁ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା ନକରି ଚିକିତ୍ସା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଏନେଇ ଡିଏମ୍ଇଟି କହିଛନ୍ତି, କେନ୍ଦ୍ର ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ ୬୦୦ ଶିଶୁ ବେଡ୍ ଦରକାର। କିନ୍ତୁ ରାଜ୍ୟରେ ୩ ହଜାର ବେଡ୍‌ର ବ୍ୟବସ୍ଥା କରାଯାଇଛି। ସେଥିରେ ଶିଶୁଙ୍କ ଲାଗି ୬୧୦ ଆଇସିୟୁ ବେଡ୍ ରଖାଯାଇଛି। ଆଗକୁ ଶିଶୁ ବେଡ୍ ସଂଖ୍ୟା ଆହୁରି ବଢ଼ାଯିବ। ଆବଶ୍ୟକ ପଡ଼ିଲେ, କଟକ, ଭୁବନେଶ୍ୱର ଓ ରାଉରକେଲା ଭଳି ବଡ଼ ସହରରେ ଶିଶୁଙ୍କ ଲାଗି ସ୍ବତନ୍ତ୍ର ଶିଶୁ କୋଭିଡ୍ ହସ୍ପିଟାଲ ଖୋଲାଯିବ। ସେହିଭଳି ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ମେଡିସିନ୍ କିଣା ଆରମ୍ଭ ହୋଇଯାଇଛି ବୋଲି  ଡିଏମ୍ଇଟି ସୂଚନା ଦେଇଛନ୍ତି। ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ଆଶଙ୍କା ବଢ଼ିଛି। ଏପଟେ ଶିଶୁ ସଂକ୍ରମଣ ରୋକିବାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କେତେ ସଫଳ ହେଉଛି, ତାହା ଆଗକୁ ଜଣାପଡ଼ିବ।

ରିପୋର୍ଟ: ରଶ୍ମିରଂଜନ ଦାସ, ଅଜିତ୍ ନାୟକ ଓ କପିଳେନ୍ଦ୍ର ପ୍ରଧାନ

Odisha News COVID-19 Corona 3rd Wave
Advertisment
Advertisment