• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 14 August 2021

  • Chandan Shishu
  • 3 years ago

ଓ୍ୱାଘାରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ

ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍  କମାଣ୍ଡାଣ୍ଟ୍  ଜସବୀର ସିଂହ ସୂଚନା ଦେଇଛନ୍ତି। More
  • Chandan Shishu
  • 3 years ago

OBCଙ୍କ ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାର ବିଫଳ: ବିଜେପି

ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି।  More
  • Chandan Shishu
  • 3 years ago

ଓ୍ୱାଘାରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ

ଭାରତ ପାକିସ୍ତାନ ସୀମା ଓ୍ୱାଘାରେ ଭାରତୀୟ ସୀମା ସୁରକ୍ଷା ବାହିନୀ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ। ଉଭୟ ପକ୍ଷ ମିଠା ଆଦାନ କରିବା ସହ ଚିତାକର୍ଷକ୍ ଧ୍ୱଜାବତରଣ ପରେଡ୍ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ପକ୍ଷରୁ ଟ୍ରୁପ୍ ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଦୁଇ ଦେଶର ଲୋକ ଉପସ୍ଥିତ ଥିଲେ। ବିଭିନ୍ନ ସ୍ୱତନ୍ତ୍ର ଅବସରରେ ଦୁଇ ଦେଶର ସୁରକ୍ଷା ବାହିନୀ ପରସ୍ପର ମଧ୍ୟରେ ମିଠା ବଣ୍ଟନର ପରମ୍ପରା ବହୁ ଆଗରୁ ଚାଲି ଆସିଛି। ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। 

  • Chandan Shishu
  • 3 years ago

ଜଗା ପାଖକୁ ଆସିଲେ ସୁଭଦ୍ରା

ଦୁଇ ଦୁଇଟି ଜଟିଳ ଅସ୍ତ୍ରୋପଚାର କରି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆକୁ ଅଲଗା କରାଯାଇଥିଲା। ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। More

  • Chandan Shishu
  • 3 years ago

ଏସିଏଫ୍ ମୃତ୍ୟୁ ରହସ୍ୟକୁ ଭେଦିପାରିବ କି CB: ୪ଟି ପ୍ରଶ୍ନର ଉତ୍ତର ଦିଅ ବୋଲି କହିଲେ ସୌମ୍ୟଙ୍କ ଭାଇ

ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ପ୍ରାୟ ୨ ଘଣ୍ଟା ଧରି ଏକ୍ସପର୍ଟ ଟିମ୍ ସେଠାରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। More

  • Chandan Shishu
  • 3 years ago

ଓଡ଼ିଶାର ୨ କମାଣ୍ଡୋଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ

ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପୋଲିସର ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ। ଓଡ଼ିଶା ପୋଲିସର ୨ କମାଣ୍ଡୋଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଥିବାରୁ ପୋଲିସ ଡିଜି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।  More

  • Chandan Shishu
  • 3 years ago

ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ

ଓଡ଼ିଶାର ୬ ଅଗ୍ନିଶମ କର୍ମଚାରୀଙ୍କୁ ମେଡାଲ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସାହସିକତା ପାଇଁ ଜୟନ୍ତ ନାୟକ, ଅକ୍ଷୟ ବେହେରା ମେଡାଲ ପାଇବେ। ଶ୍ରୀଚନ୍ଦନ ପରିଡ଼ା ଓ ତପନ ବେହେରା ମଧ୍ୟ ସାହସିକତା ମେଡାଲ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ୨ ଅଗ୍ନିଶମ କର୍ମଚାରୀ ମେଡାଲ ପାଇବେ। More

  • Pramod Behera
  • 3 years ago

ବିପ୍ଲବର ବୟସ

ପଚସ୍ତରୀ ବୟସ ତାତିପାରୁଛି ପଚିଶ୍ ବର୍ଷ ମାତିପାରୁନି? ସବୁ ବିପଦରୁ ବିପ୍ଲବ। ବିବାଦ ଭିତରୁ ବିପ୍ଲବ। ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ। ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ। ଆମେ ସବୁ ଯୁଗଯୁଗ ଧରି ହେଉଛେ ଉତ୍ସାହିତ। ଗାଉଛେ ବିପ୍ଲବର ଜୟଗାନ। ବିପ୍ଲବ ଦୀର୍ଘାୟୁ ହେଉ। ଏଇ ଭାରତରେ ଦଳଭିତ୍ତିକ ରାଜନୀତି ଦେଶ ପାଇଁ ଅମଙ୍ଗଳ ହୋଇପଡିଛି। ଏବେ ବ୍ୟକ୍ତିତ୍ୱଭିତ୍ତିକ ରାଜନୀତିର ଆବାହନ। ଗାନ୍ଧୀ, ଜୟପ୍ରକାଶ, ଆନ୍ନା ଏମାନେ ବ୍ୟକ୍ତି, କୌଣସି ଦଳ ଏମାନଙ୍କୁ ବାନ୍ଧି ରଖିପାରିନି। More

  • Chandan Shishu
  • 3 years ago

ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

ଗତ ମାସ ଜୁଲାଇ ୧୨ ରାତି ପ୍ରାୟ ୯ଟାରେ ଏସିଏଫ ସୌମ୍ୟରଂଜନ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ନିଆଁଁରେ ଜଳିଯାଇଥିଲେ ୯୦ ପ୍ରତିଶତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। More

  • Rajalaxmi Sahoo
  • 3 years ago

ପୋଲିସ ଉପସ୍ଥିତିରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ

କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।  More

  • Rajalaxmi Sahoo
  • 3 years ago

ଟଙ୍କା ଆଗରେ ଫିକା ପଡ଼ିଲା ବାପାର ସେହ୍ନ; ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅ

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ।  More

  • Prangyan Parimita
  • 3 years ago

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର : ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି

ଆସନ୍ତା ୧୬ ତାରିଖରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ମହାମାରୀର ଭୟାବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ କଟକଣା ଲାଗୁ କରାଯାଇଥିଲା । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି । ଶନିବାର, ରବିବାର ସଟଡାଉନରେ କୌଣସି ଅସୁବିଧା ହେବନାହିଁ, ସଟଡାଉନରେ ମଧ୍ୟ ଶବଦାହ ହୋଇପାରିବ । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । More

  • Rajalaxmi Sahoo
  • 3 years ago

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ।  More

  • Rajalaxmi Sahoo
  • 3 years ago

ରେକର୍ଡ ଭାଙ୍ଗିଲା ଜୁଲାଇ ତାପମାତ୍ରା

ଚଳିତ ବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି।  ସାଧାରଣତଃ ଜୁଲାଇ ମାସରେ ବିଶ୍ୱର ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ତାପମାତ୍ରା ସବୁଠାରୁ ଅଧିକ ରେକର୍ଡ କରାଯାଇଛି। More

  • Pramod Behera
  • 3 years ago

ମୁକ୍ତି ସଂଗ୍ରାମରେ ଓଡିଆ ମହିଳା

ଆମ ଦେଶ ଅନେକ ବୀରଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି । ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଛି। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଯାଇଛନ୍ତି । ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ପ୍ରାଣ ବଳୀ ଦେଇଛନ୍ତି । ଆଉ ଏହା ମଧ୍ୟରୁ ଆମେ ବି ଗର୍ବ କରୁ କାରଣ ଅନେକ ଓଡିଆ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ରହିଥିଲେ । ସ୍ୱାଧୀନତା ସଂଗ୍ରାମରେ କେବଳ ପୁରୁଷ ଯେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ । More

  • Rajalaxmi Sahoo
  • 3 years ago

ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। More

  • Prangyan Parimita
  • 3 years ago

ବଳିଆ ଚାଲିଯାଇଥିଲା, ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ । More

  • Rajalaxmi Sahoo
  • 3 years ago

ବୁର୍ଲା VIMSARରେ ୨ ଶିଶୁଙ୍କୁ କରୋନା

ବୁର୍ଲା ଭୀମସାର୍‌(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି।  More

  • Rajalaxmi Sahoo
  • 3 years ago

ବାରିପଦାରେ ନିିର୍ମାଣ ହେବ ରେଳ ମ୍ୟୁଜିୟମ

ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ। More

  • Rajalaxmi Sahoo
  • 3 years ago

୨୪ ଘଣ୍ଟାରେ ରାଜ୍ୟରେ ୧୧୩୨ କରୋନା ପଜିଟିଭ୍‌ ଚିହ୍ନଟ, କଟକରେ ସର୍ବାଧିକ ଆକ୍ରାନ୍ତଙ୍କ ମୃତ

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୭୫ ରହିଛି।  More

  • Prangyan Parimita
  • 3 years ago

ଆଜି ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ରେଜଲ୍ଟ

କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ । More

  • Prangyan Parimita
  • 3 years ago

ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : orissaresults.nic.in ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି କେଉଁ ସମୟରେ ଫଳ ପ୍ରକାଶ ପାଇବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ More

  • Chandan Shishu
  • 3 years ago

ଲୋକେ ବାଛିବେ ମେୟର ! ମତାମତ ଲୋଡ଼ିଲେ ସରକାର

ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। More

  • Chandan Shishu
  • 3 years ago

ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ  ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ। More

  • Chandan Shishu
  • 3 years ago

ଫୁଲ୍ ଡ୍ରେସ ରିହରସେଲ: ରାଜ୍ୟସ୍ତରୀୟ ପରେଡରେ ଛାତ୍ରଛାତ୍ରୀଙ୍କୁ ମନା

କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ସରିଛି। ପୂର୍ବବର୍ଷ ଭଳି ଏ ବର୍ଷ ବି କରୋନା କଟକଣାରେ ଉତ୍ସବ ପାଳନ ହେବ। ଓଡ଼ିଶା ପୋଲିସ ଓ କମିଶନରେଟ ପୋଲିସର ଗୋଟିଏ ଲେଖାଏଁ ଗ୍ରୁପ ପରେଡ଼ରେ ଅଂଶଗ୍ରହଣ କରିବେ। More

  • Chandan Shishu
  • 3 years ago

ବଦଳିବ ଯୁକ୍ତ ଦୁଇ ରୂପରେଖ: ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ସହ ହେବ ଇଣ୍ଟରନାଲ୍ ଆସେସମେଣ୍ଟ

ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ। More

  • Satyendu Shekher Mishra
  • 3 years ago

ୟୁରିଆ ପାଇଁ ଚାଷୀଙ୍କ ରାସ୍ତାରୋକ୍, ବିଜେପି ବି ସାମିଲ

ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ । More