Advertisment

ବୁର୍ଲା VIMSARରେ ୨ ଶିଶୁଙ୍କୁ କରୋନା

ବୁର୍ଲା ଭୀମସାର୍‌(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବୁର୍ଲା VIMSARରେ ୨ ଶିଶୁଙ୍କୁ କରୋନା

children test Covid positive

ସମ୍ବଲପୁର: ବୁର୍ଲା ଭୀମସାର୍‌(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି। ଏନେଇ ଭୀମସାର୍‌ ଅଧୀକ୍ଷକ ଡଃ ଲାଲମୋହନ ନାୟକ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଉଭୟ ଶିଶୁ ଅସୁସ୍ଥତା ଯୋଗୁ ଚିକିତ୍ସା ପାଇଁ ଭୀମସାର୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଭୀମସାର୍ କୋଭିଡ୍-୨ରେ ଉଭୟ ଶିଶୁଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। 

କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।୧୮ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ ହୋଇନଥିବାରୁ ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ। ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। 

Advertisment

ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ, ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି। ଆବଶ୍ୟକ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ରହିଛି। ଅଧିକ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଶିଶୁଙ୍କ ଲାଗି ୩ ହଜାର ବେଡ୍‌ ବ୍ୟବସ୍ଥା ଲାଗି ରାଜ୍ୟସ୍ତରରେ ନିଷ୍ପତ୍ତି ହୋଇଛି। 

ଅନ୍ୟପକ୍ଷେ, ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୭୫ ରହିଛି। 

Odisha VIMSAR Burla Burla VIMSAR Children Test Covid Positive
Advertisment
Advertisment