• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି +୨ କଳା ରେଜଲ୍ଟ

  • ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବାହାରିବ ରେଜଲ୍ଟ

  • ଜୁଲାଇ ୩୧ରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି କେଉଁ ସମୟରେ ଫଳ ପ୍ରକାଶ ପାଇବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ ।

ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା । ସମୁଦାୟ ୯୪୫୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ସମୁଦାୟ ୮୯ ହଜାର ୯୫୧ ଜଣ ପାସ୍ କରିଥିଲେ । ସେଥିରୁ ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୧୬୯୪୩, ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଥିଲେ । ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% । ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଥିଲେ । ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫% ଥିବା ବେଳେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ଜଣ ପାସ୍ କରିଥିଲେ। ବାଣିଜ୍ୟରେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଥିବାବେଳେ ତୃତୀୟ ଶ୍ରେଣୀରେ ପାସ ହାର ୯୦୬୬ ଜଣ ।

ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଏ ବର୍ଷ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟପଟେ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଥିବା ପୂର୍ବରୁ ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଥିଲା ।