Advertisment

ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

acf soumya ranjan mohapatra

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଭାର ନେବା ପରେ କ୍ରାଇମବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଟିମ୍ ପ୍ରଥମେ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ।

Advertisment

କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇ କହିଛନ୍ତି, ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଘଟଣାର ମୂଳରୁ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ତଦନ୍ତ କରିବେ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।

ଗତ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ପରିବାର ଅଭିଯୋଗ ଆଧାରରେ ପୋଲିସ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଦଫା ଲଗାଇଥିଲା। ପୋଲିସ ସମସ୍ତଙ୍କୁ ପଚରାଉଚରା କରିବା ସହ ଡିଏଫ୍ଓଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। କିନ୍ତୁ ବିଭିନ୍ନ ପାରିପାର୍ଶିକ ପ୍ରମାଣ ଏବଂ ଘଟଣାବଳୀ ଆଧାରରେ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ଉଠି ଥିବାବେଳେ ଏଯାଏ ପୋଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟିପାରି ନାହିଁ।

Advertisment

୯୫% ପୋଡ଼ି ଯାଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। 

ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ? ତେଣୁ ଏହା ପଛରେ କିଛି ଚକ୍ରାନ୍ତ ଚାଲିଛି। ବୋହୂକୁ କ’ଣ ପାଇଁ ଜେରା କରାଯାଉ ନାହିଁ କାହିଁକି ? ବୋହୂକୁ ଗିରଫ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ’ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

Paralakhemundi ACF Death Soumya Ranjan Mohapatra ACF Death Odisha
Advertisment
Advertisment