Advertisment

ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍‌

author-image
Sarbeswar
ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

Bhadrak Road

ଭଦ୍ରକ(ପାର୍ଥସାରଥୀ ନାୟକ): ଦୀର୍ଘଦିନ ହେଲା ହୋଇନାହିଁ ପୌର ନିର୍ବାଚନ । ଯାହା ଫଳରେ ଏବେ କିଛି ମୁଷ୍ଠି ମେୟ ଲୋକଙ୍କୁ ନେଇ ଚାଲିଛି ପୌରପାଳିକା। ଦୁର୍ନିତୀର ଗନ୍ଧ ବାରି ହୋଇ ପଡୁଛି ଭଦ୍ରକ ପୌରପାଳିକାର ରାସ୍ତା ନିର୍ମାଣ। କଂକ୍ରିଟ ରାସ୍ତା ଉପରେ ପୁଣି ଥରେ ଚଞ୍ଚକତା କରି କଂକ୍ରିଟ ରାସ୍ତାର ଚାଲିଛି ନିର୍ମାଣ। କିନ୍ତୁ ଯେଉଁଠି ରାସ୍ତା ନାହିଁ ସେଠି ରାସ୍ତାର ହେଉନାହିଁ। ଆଉ ମାଲେମାଲ୍‌ ହେଉଛନ୍ତି ଠିକାଦାର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ପୌରପାଳିକା ବିରୋଧରେ । ଯାହାକୁ ବିରୋଧ କରି ରାସ୍ତା କାମ ବନ୍ଦ କରିଦେଇଛନ୍ତି ଗ୍ରାମବାସୀ ।

Advertisment

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍‌ । ପୌରପାଳିକା ୭ ନମ୍ବର ୱାର୍ଡ଼ର ବଙ୍ଗାଳି ସାହିରେ ଏକ ରାସ୍ତା କାମକୁ ନେଇ ଦେଖାଦେଇଛି ଏଭଳି ବିବାଦ । ଗ୍ରାମବାସୀଙ୍କ ଅଭିଯୋଗ, ବଙ୍ଗାଳିସାହିର ଗୋଟେ ପାର୍ଶ୍ୱରେ ରାସ୍ତା ଅତି ଖରାପ ଥିବା ସତ୍ୱେ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ପୌରପାଳିକା କର୍ତ୍ତୃପକ୍ଷ। କିନ୍ତୁ ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା ଭଲ କଂକ୍ରିଟ ରାସ୍ତା ଉପରେ ପୁଣିଥରେ ଚାଲିଛି ରାସ୍ତାକାମ। ଏପରିକି ସରକାରୀ ରେକର୍ଡରେ ଜଳାଶୟ ଭାବେ ଚିହ୍ନଟ ସ୍ଥାନରେ ନିର୍ମାଣ ହୋଇଛି କଂକ୍ରିଟ ରାସ୍ତା । ଏହା କିପରି ହେଲା ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

Advertisment

ଏ ନେଇ ଅଭିଯୋଗ ପରେ ବି କୌଣସି ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ । ଶେଷରେ ଭଦ୍ରକ ପୌରପାଳିକାର ଏଭଳି କାର୍ଯ୍ୟକୁ ଆଜି ଘୋର ବିରୋଧ କରି ରାସ୍ତା କାମକୁ ବନ୍ଦ କରିଛନ୍ତି କିଛି ଗ୍ରାମବାସୀ । ପ୍ରଥମେ ଖରାପ ହୋଇପଡ଼ି ଥିବା ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

ତେବେ ବଙ୍ଗାଳି ସାହିର ଗୋଟିଏ ପାର୍ଶ୍ୱରେ ରାସ୍ତା ଅବସ୍ଥା ଅତି କଦର୍ଯ୍ୟ ହୋଇଥିବା ବେଳେ ଭଲ ରାସ୍ତା ଉପରେ ରାସ୍ତା ନିର୍ମାଣ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି ପ୍ରାକ୍ତନ କାଉନସିଲର । ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଉପରେ କିପରି ପୁନର୍ବାର ରାସ୍ତା ନିର୍ମାଣ କରାଯାଉଛି । ଏହା କାହା ସ୍ୱାର୍ଥରେ କରାଯାଉଥିବା ସହ ଏପରି ଚଞ୍ଚକତା କାର୍ଯ୍ୟ ଭଦ୍ରକ ପୌରପାଳିକାର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନଚିହ୍ନ ବୋଲି କହିଛନ୍ତି ପ୍ରାକ୍ତନ କାଉନସିଲର । ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି ଅବଗତ ଥିବା କହିଛନ୍ତି ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ । ଏହି ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ପରବର୍ତ୍ତି ନିଷ୍ପତି ନିଆଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।

Odisha News Bhadrak Road Scam
Advertisment
Advertisment