Advertisment

ଶୂନରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ସଂକ୍ରମଣ ବଢିପାରେ-DMET

ଶିଶୁ ଏବଂ କିଶୋରଙ୍କ ସଂକ୍ରମଣ ପ୍ରସଙ୍ଗରେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଦେଶରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରେ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି । ତେବେ ଆଗକୁ ଶୂନରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

author-image
Minati Mishra
ଅଦ୍ୟତନ ହୋଇଛି
ଶୂନରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ସଂକ୍ରମଣ ବଢିପାରେ-DMET

DMET CBK Mohanty

ଭୁବନେଶ୍ୱର:ରାଜ୍ୟରେ ତୃତୀୟ ଲହରର ଭୟ ମାଡି ମାଡି ଆସୁଛି। ଦୈନିକ ସଂକ୍ରମଣ ଆଜି ହଜାରେ ତଳେ ରହିଛି। ତେବେ ସଂକ୍ରମିତଙ୍କ ତାଲିକାରେ ୧୮ ବର୍ଷରୁ କମ୍‌ ବର୍ଗର ପିଲାଙ୍କ ସଂଖ୍ୟା ବଢିବାରେ ଲାଗିଭଚି ।  ଗତକାଲି ୧୦୫୮ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ ଶୂନରୁ ୧୮ ବର୍ଷ ବୟସର ୧୩୮ ଜଣ ଥିଲେ।  ସେହପରି  ଆଜି  ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ  ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ରୋଗୀ ଅଛନ୍ତି। ଏହ ରିପୋର୍ଟ ତୃତୀୟ ଲହର ଭୟକୁ ବଢାଇ ଦେଇଛି। 

Advertisment

 ତେଣେ ଶିଶୁ ଏବଂ କିଶୋରଙ୍କ ସଂକ୍ରମଣ ପ୍ରସଙ୍ଗରେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଦେଶରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରେ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି । ପ୍ରଥମ ଲହରରେ ଶିଶୁ ସଂକ୍ରମଣ ଯେଉଁ ଟ୍ରେଣ୍ଡରେ ଥିଲା, ସେହି ଟ୍ରେଣ୍ଡ ଦ୍ୱିତୀୟ ଲହରରେ ବି ଅଛି। ହେଲେ ଶିଶୁମାନ ଧରା ପଡ଼ୁନାହାନ୍ତି। କାରଣ  ଅନେକ ଶିଶୁ ଲକ୍ଷଣ ବିହୀନ ରହୁଛନ୍ତି ଏବଂ ସିଭିୟରିଟି କମ୍ ରହୁଥିବା ଡିଏମ୍ଇଟି କହିଛନ୍ତି। ତାସହ ମୃତ୍ୟୁ ହାର ବି କମ୍ ରହୁଛି। ସଂକ୍ରମଣ ଉପର ମୁଁହା ହେଲେ ହିଁ ତୃତୀୟ ଲହର ଆସିଲା ବୋଲି ଜଣାପଡିବ। ଏବେ ସେମିତି ଅବସ୍ଥା ନାହିଁ। ୧୮ ବର୍ଷରୁ ଅଧିକ ବୟସ ବର୍ଗର ପ୍ରାୟ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ କେବଳ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି।

 ୯ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅଧିକ ଭୟ ରହୁଛି।  ଆଗକୁ ଶୂନରୁ ୧୮ ବର୍ଷ ବୟସ ଶିଶୁଙ୍କୁ ଟିକା ଦେଇ ସୁରକ୍ଷିତ ରଖିବାରୁ ସୁଯୋଗ ଆସିନି। ତେଣୁ ଶିଶୁ ଓ କିଶୋରଙ୍କୁ ସୁରକ୍ଷିତ ପରିବେଶରେ ରଖିବାକୁ ପଡିବ। ତେଣୁ ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ହେବା ଆବଶ୍ୟକ ବୋଲି ଡିଏମ୍ଇଟି ପରାମଶ ଦେଇଛନ୍ତି।

Advertisment

ସୂଚନାଥାଉ କି, ବୁର୍ଲା ଭୀମସାର୍‌(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି। ଏ ନେଇ ଭୀମସାର୍‌ ଅଧୀକ୍ଷକ ଡଃ ଲାଲମୋହନ ନାୟକ ସୂଚନା ଦେଇଛନ୍ତି।

ଗତକାଲି ମଧ୍ୟ ୧୩୮ ଶିଶୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଚିହ୍ନଟ ହୋଇଥିବା ମୋଟ ୧୦୫୮ ଆକ୍ରାନ୍ତଙ୍କ ଭିତରୁ ଏ ବର୍ଗଙ୍କ ସଂଖ୍ୟା ୧୩ ପ୍ରତିଶତ। ପ୍ରଥମ ଥର ଲାଗି ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ କରୋନା ସଂକ୍ରମଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ତେବେ ଦେଢ଼ ବର୍ଷ ପରେ ହଠାତ୍ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ  ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ- ଏହା କଣ ସମ୍ଭାବ୍ୟ ତୃତୀୟ ଲହରର ପଦଧ୍ୱନି କି ?  କାହିଁକି ହଠାତ୍ ଶିଶୁ ତଥ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର?

COVID-19 Covid Third Wave
Advertisment
Advertisment