/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629096911.jpg)
benefits of mustard oil
କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ । ସୋରିଷ ତେଲରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।
Advertisment
ସୋରିଷ ତେଲର ଉପକାରିତା
- ସୋରିଷ ତେଲକୁ ପ୍ରତିଦିନ ପାଦତଳେ ମସାଜ କରିବା ଦ୍ୱାରା ଶରରୀରର ଅନେକ ଫାଇଦା ହୋଇଥାଏ । ଶୋଇବା ପୂର୍ବରୁ ପାଦକୁ ଥଣ୍ଡା କିମ୍ବା ଉଷୁମ ସୋରିଷ ତେଲରେ ୫ରୁ ୧୦ ମିନିଟ ମସାଜ କଲେ ଶରରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ
- ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରେ ସୋରିଷ ତେଲ । ଆଖି ପତା ଉପରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ।
- ରାତିରେ ଶୋଇବା ଆଗରୁ ପାଦରେ ସୋରିଷ ତେଲ ମାଲିସ କଲେ ସାରାଦିନର ଥକ୍କା, ଯନ୍ତ୍ରଣା, ଚାପ ଆଦି ଦୂର ହେବା ସହ ଭଲ ନିଦ ହୋଇଥାଏ ।
- ଶରୀରରେ ସୋରିଷ ତେଲ ଲଗାଇବା ଦ୍ୱାରା ମାଂସପେଶୀ ଓ ହାଡ଼ ଶକ୍ତିଶାଳୀ ହୋଇଥାଏ । ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା ଶରୀରର ଗଣ୍ଠି ବିନ୍ଧା ଯନ୍ତ୍ରଣା୍ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
- ଶୋଇବା ପୂର୍ବରୁ ପାଦର ତଳକୁ ସୋରିଷ ତେଲରେ ମାଲିସ କରିବା ଦ୍ୱାରା ଶରୀରରେ ଗଛିତ ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
- ଶୋଇବା ପୂର୍ବରୁ ସୋରିଷ ତେଲରେ ନାଭିକୁ ମସାଜ କରନ୍ତୁ ଗୋଡ ବିନ୍ଧା ଓ ଯନ୍ତ୍ରଣାରୁ ମୁକ୍ତି ମିଳିବ
- ସୋରିଷ ତେଲ ଓଠ ଫାଟିବା ସମସ୍ୟାକୁ ଦୂର କରିଥାଏ ଓ ଏହା ସହ ଏହାକୁ ଓଠରେ ଲଗାଇଲେ ଓଠକୁ ନରମ ଓ ସତେଜ ରଖିଥାଏ ।
- ସୋରିଷ ତେଲ ଶରୀରର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଓ ଆନୁସଙ୍ଗିକ ସମସ୍ୟାରୁ ମୁକ୍ତି ଦେଇଥାଏ ।
- ସୋରିଷ ତେଲ ସହ ରସୁଣକୁ ଫୁଟାଇ ପାଦରେ ଲଗାଇଲେ ଥଣ୍ଡାରୁ ମୁକ୍ତି ମିଳିଥାଏ
- କାନ ଅପରିଷ୍କାର ହୋଇ କାନକୁ ଠିକ୍ ଭାବେ ଶୁଣା ନ ଗଲେ କାନରେ ୨ ଟୋପା ଉଷୁମ ସୋରିଷ ତେଲ ପକାଇଲେ କାନର ମଇଳା ସଫା ହୋଇଯାଇଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)