Advertisment

ଡିଲ୍‌ ବେଳେ ଧରାପଡ଼ିଲା ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର

ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି।  ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର।

author-image
Minati Mishra
undefined

brown sugar seized

ବାଲେଶ୍ୱର:  ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି।  ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। ତେବେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ଜବତ ହୋଇଥିବା ବ୍ରାଉନସୁଗରର ଓଜନ ୨ କିଲୋ ୪୦୨ ଗ୍ରାମ ହେବ ।

Advertisment

କାରବାରରେ ସଂପୃକ୍ତ ଅଭିଯୋଗରେ ଏସ୍‌ଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଜଳେଶ୍ୱର ଥାନା ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁର ଜିଲ୍ଲା ଅରଣା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶ ମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ। ଏସ୍‌ଟିଏଫ୍‌ ପକ୍ଷରୁ ଏହି ଘଟଣାରେ ତଦନ୍ତ ଜାରି ରହିଛି। ଜଳେଶ୍ୱର ମାର୍କେଟରେ ଡିଲ୍ କରୁଥିବାବେଳେ ଖବର ପାଇ ଏସଟିଏଫ୍ ଚଢ଼ଉ କରିଥିଲା ।

Advertisment

ସୂଚନାଥାଉ କି, ଗତ ୧୨ ତାରିଖ ଖୋର୍ଦ୍ଧା ସହରରୁ  ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା । ଚଢଉ ବେଳେ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍ ।

ସେହିପରି ଭୁବନେଶ୍ୱର ସହୀଦନଗର ଶାନ୍ତିପଲ୍ଲୀ ବସ୍ତିରୁ ମଧ୍ୟ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିତି ପୋଲିସ । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ  ଗିରଫ କରିଥିଲା। ସେମାନଙ୍କ ପାଖରୁ ନଗଦ ୫୧ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଥିଲା।  ସେହିପରି ୨୦୨୦ ଅକ୍ଟୋବରରେ କୋଟିଏ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଥିଲା ଏସ୍‌ଟିଏଫ। 

ଏଠି କହି ରଖିବୁ, ସ୍ୱତନ୍ତ୍ର ଅଭିଯାନ କ୍ରମେ ୨୦୨୦ରୁ ଏଯାବତ୍ ଏସ୍‌ଟିଏଫ୍‌ ୩୮ କେଜି ବ୍ରାଉନ୍ ସୁଗର/ହେରୋଇନ୍ ଓ ୮୪ କ୍ୱିଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଏହି ସବୁ ମାମଲରେ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି।

Brown Sugar Seized Brown Sugar Odisha
Advertisment
Advertisment