Advertisment

ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା କଲେ, ଶେଷରେ ପ୍ରେମିକା ପାଇଁ ଧରାପଡ଼ିଲେ

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌।

author-image
Rajalaxmi Sahoo
ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା କଲେ, ଶେଷରେ ପ୍ରେମିକା ପାଇଁ ଧରାପଡ଼ିଲେ

Lover Arrested For Killing Infants

ଧର୍ମଗଡ଼: ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌।  ଗତ ବର୍ଷ ଲକ୍‌ଡାଉନ୍‌ ସମୟରେ ଗୋଟିଏ ଘରେ ଏକ ସଙ୍ଗେ ୨ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଲେ ଜଣେ ବ୍ୟକ୍ତି । ପରେ ଶାରୀରିକ ସମ୍ପର୍କ ରଖିବା ସହ ଉଭୟ ମହିଳା ମା’ ବି ହୋଇଥିଲେ। ଘରକୁ ଫେରିଲେ କିପରି ମୁହଁ ଦେଖାଇବେ ଭାବି ଉକ୍ତ ବ୍ୟକ୍ତି ୨ ମହିଳାଙ୍କ ସହ ମିଶି ୨ ନବଜାତଙ୍କୁ ହତ୍ୟା କରି ପୋତି ଦେଇଥିଲେ। ଗୋଆରେ ଏହି ଅମାନବୀୟ ଘଟଣା ଘଟିଥିବା ବେଳେ ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୁରା ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପ୍ରେମିକ ସମେତ ଦୁଇ ଯୁବତୀଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରୁ ପୋଲିସ୍‌ ଗିରଫ କରିଛି। ଗିରଫ ସମ୍ପୃକ୍ତ ବ୍ୟକ୍ତିଙ୍କ ହେଲେ ଜୟପାଟଣା ଅଞ୍ଚଳର  ତ୍ରିପାଳ ନାୟକ।

Advertisment

ସୂଚନା ଅନୁସାରେ, ୨୦୨୦ରେ ମାର୍ଚ୍ଚରେ ଯେତେବେଳେ ସାରା ଦେଶରେ ଲକ୍‌ଡାଉନ୍ ହୋଇଥିଲା, ତାର ଅଳ୍ପ ଦିନ ପୂର୍ବରୁ ଗୋଆକୁ ଦାଦନ ଖଟିବାକୁ ତ୍ରିପାଳଙ୍କ ସହ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ୨ ମହିଳା ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବିଧବା ଥିବା ବେଳେ ଅନ୍ୟ ଜଣେ ଅବିବାହିତ ଥିଲେ।  ଲକ୍‌ଡାଉନ୍‌ ସମୟରେ ସେମାନଙ୍କୁ ଗୋଆରେ ଏକ ଭଡ଼ାଘରେ ରଖିଥିଲେ ତ୍ରିପାଳ ।

ସମୟ କ୍ରମେ ଉଭୟ ମହିଳାଙ୍କ ସହିତ ତ୍ରିପାଳଙ୍କର ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ଜଣେ ମହିଳାଙ୍କ ପୁତ୍ର ସନ୍ତାନ ହୋଇଥିବା ବେଳେ ଆଉ ଜଣଙ୍କର କନ୍ୟା ସନ୍ତାନ ହୋଇଥିଲା। ଗତ ଜୁଲାଇରେ ସେମାନେ ଓଡ଼ିଶା ପଳାଇ ଆସିଥିଲେ । ହେଲେ ଏଠାରେ ଘର ଲୋକଙ୍କୁ କିପରି ମୁହଁ ଦେଖାଇବେ ଭାବି ଏହି ୩ ଜଣ ଗୋଆରେ ଦୁଇ ଛୁଆଙ୍କୁ ମାରି ଘର ପଛପଟେ ପୋତି ଦେଇ ପଳାଇ ଆସିଥିଲେ।

Advertisment

ପୁରା ଘଟଣାରେ ସେତେବେଳେ ଟ୍ୱିଷ୍ଟ ଆସିଥିଲା ଯେତେବେଳେ ତ୍ରିପାଳ ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ କିଡନାପ କରିବାକୁ ଚେଷ୍ଟା କରିଥିଲେ। ଏପରିକି ଉଭୟ ଗୋଆ ଯିବା ନିମନ୍ତେ କେସିଙ୍ଗାରେ ପହଞ୍ଚି ଯାଇଥିଲେ। ମାତ୍ର ବିଧବା ମହିଳା ଜଣକ ଏ ସମ୍ପର୍କରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପୋଲିସ୍‌ ସହାୟତାରେ ପରିବାର ଲୋକ ଉଭୟ ତ୍ରିପାଳ ଓ ଯୁବତୀଙ୍କୁ କେସିଙ୍ଗାରେ ଧରି ଥାନାକୁ ନେଇଥିଲେ । ସେମାନଙ୍କୁ ଜେରା କରିବା ପରେ ଯାହା ଜଣାପଡ଼ିଲା, ସେଥିରେ ଚକିତ ହୋଇଗଲା ଗୋଲାମୁଣ୍ଡା ପୋଲିସ୍‌। ସମ୍ପୃକ୍ତ ୨ ଯୁବତୀଙ୍କ ସହ ମିଶି ତ୍ରିପାଳ ନିଜର ୨ ନବଜାତଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା । 

ତ୍ରିପାଳକୁ ରିମାଣ୍ଡରେ ନେଇ କେସିଙ୍ଗା ପୋଲିସ୍‌ ଗୋଆ ଯାଇଥିଲା । ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨ ଛୁଆଙ୍କ କଙ୍କାଳ ଉଦ୍ଧାର କରିବା ସହିତ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।  ସେଠାରୁ କଳାହାଣ୍ଡିକୁ ଫେରି ତ୍ରିପାଳଙ୍କ ସହିତ ସେହି ଦୁଇ ମହିଳାଙ୍କୁ ବି ପୋଲିସ୍‌ ଗିରଫ କରିଛି।

ଏନେଇ  ଧର୍ମଗଡ଼ ଏସ୍‌ଡିପିଓ ଧୀରଜ କୁମାର ଚୋପଦାର କହିଛନ୍ତି. ଅଭିଯୁକ୍ତମାନେ ଗୋଆରେ ୨ ଛୁଆଙ୍କୁ ପୋତି ଓଡ଼ିଶା ପଳାଇ ଆସିଥିଲେ। ଘଟଣାର ତଦନ୍ତ ବେଳେ ଗୋଆରେ ୨ ଛୁଆଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଏହାପରେ ଗୋଆରୁ ୨ ମୃତଦେହ ଜବତ ହୋଇଛି।

Odisha Lover Arrested For Killing Infants
Advertisment
Advertisment