• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଛଚିନ୍ଦ୍ରା ମସଲା'

ସାଧାରଣତଃ ଚଟପଟା ରେସିପି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଯେ କୈଣସି ପରିବାରେ ତରକାରୀ ହେଉ କି ଭଜା ତିଆରି କଲେ ତାହାକୁ ଆଉ ଟିକେ ଚଟପଟା କରିଲେ ଖାଇବାର ସୁଆଦ ଆହୁରି ବଢି ଯାଇଥାଏ । ତେବେ ଆମେ ଆପଣ ମାନଙ୍କୁ ଛଚିନ୍ଦ୍ରାର ଏକ ନୂଆ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ ଛଚିନ୍ଦ୍ରା ମସଲା ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଛଚିନ୍ଦ୍ରା ମସଲା ବନେଇବା ପାଇଁ ସାମଗ୍ରୀ: ଛଚିନ୍ଦ୍ରା ୨ଟି, ଅଳ୍ପ ବେସନ, ଟମାଟୋ ପ୍ୟୁରୀ, ଅଳ୍ପ ଚାଉଳଗୁଣ୍ଡ, କଟା ପିଆଜ, କଟା ରସୁଣ, କଞ୍ଚା ଲଙ୍କା, ଟମାଟୋ ସସ୍ , ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା ରସୁଣ ପେଷ୍ଟ୍‌ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛଚିନ୍ଦ୍ରାକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟନ୍ତୁ ।
  • ଏହାପରେ ସେଥିରେ ବେସନ, ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଳ୍ପ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରି ସେଥିରେ ଗୋଳା ହେଇଥିବା ଛଚିନ୍ଦ୍ରାର ମିଶ୍ରଣକୁ ଛାଣନ୍ତୁ ।
  • ଏହାକୁ ଛାଣିବା ପରେ ଗୋଟିଏ ପାତ୍ରକୁ କାଢି ନିଅନ୍ତୁ । ଏହାପରେ ଆଉ ଏକ କଡେଇରେ ଅଳ୍ପ ତେଲ ଦେଇ ଗରମ କରନ୍ତୁ ।
  • ତେଲ ଗରମ ହେବା ପରେ ସେଥିରେ କଟା ପିଆଜ,କଟା କଞ୍ଚା ଲଙ୍କା, କଟା ରସୁଣ,କଟା ଅଦା,ଲଙ୍କା ଗୁଣ୍ଡ ଓ ଅଳ୍ପ ଲୁଣ ପକାଇ କିଛି ସମୟ ଭାଜନ୍ତୁ ।
  • ଏହିସବୁ ଭାଜି ହୋଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ଧନିଆ ଗୁଣ୍ଡ ଓ ଜିରାଗୁଣ୍ଡ ପକାଇ କଷନ୍ତୁ ।
  • ଏହାପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ, ମସଲା କଷି ହୋଇଗଲେ ଟମାଟୋ ସସ୍ ପକାଇ କଷନ୍ତୁ ।
  • ଏହାପରେ ଛଣା ହୋଇଥିବା ଛଚିନ୍ଦ୍ରାକୁ ପକାଇ କିଛି ସମୟ କଷନ୍ତୁ ।
  • ଏହାପରେ ଚୁଲି ବନ୍ଦ କରି ଗରମ ଗରମ ଏକ ପ୍ଲେଟକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଓ ଚଟପଟା ମସଲା ଛଚିନ୍ଦ୍ରା । ଏହି ରେସିପିଟିକୁ ରୁଟି ଓ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।