Advertisment

ଜଗଦୀଶ, ଜୟନ୍ତଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

author-image
Chandan Shishu
ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଭୁବନେଶ୍ୱର: ୨୦୨୧ ମସିହା ପାଇଁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଚଳିତ ବର୍ଷ ଏହି ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଚିତ୍ରକର ଜଗଦୀଶ କାନୁନଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ ବେହେରା ସମ୍ମାନିତ ହେବେ। ଉଭୟଙ୍କୁ ଦେଢଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଫଳକ ମିଳିବ। ପୂର୍ବରୁ ଏହି ପୁରସ୍କାର କେବଳ ଇଲା ପଣ୍ଡାଙ୍କ ନାମରେ ନାମିତ ଥିଲା। ଚଳିତବର୍ଷଠୁ ଏଥିରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ନାମ ସଂଯୁକ୍ତ ହୋଇଛି।

Advertisment

ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ।  ପୂର୍ବରୁ ଶାରଳା ପୁରସ୍କାର ଲାଗି ପାରମିତା ଶତପଥୀଙ୍କ ନାଁ ଘୋଷଣା ହୋଇଛି। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Bansidhar & Ila Panda Foundation Odisha News IMFA
Advertisment
Advertisment