Advertisment

୨୪ ଘଣ୍ଟାରେ ବାହାରିଲେ ୬୦୯ କରୋନା ପଜିଟିଭ, ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ ପିଲା

ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ  ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଥିବା ଜଣାଯାଇଛି।

author-image
Minati Mishra
Covid positive in odisha

Covid positive in odisha

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ  ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଥିବା ଜଣାଯାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୫୪ ଜଣ ଥିବାବେଳେ ଲୋକାଲ କେସ୍ ୨୫୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରୁ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। 

Advertisment

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ  ବାଲେଶ୍ୱରରୁ ୨୧, ବରଗଡ଼ରୁ ୯, ଭଦ୍ରକରୁ ୧୮, ବଲାଙ୍ଗିରରୁ ୪, କଟକରୁ ୧୧୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୮, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୧୮୮, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଂଜ- ୨୧, ରାୟଗଡ଼ାରୁ ୭, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ପୁରୀରୁ ୨୦, ସମ୍ବଲପୁରରୁ୧୬, ସୁବର୍ଣ୍ଣପୁରରୁ  ୨, ସୁନ୍ଦରଗଡ଼ରୁ ୯ ଏବଂ  ଷ୍ଟେଟପୁଲରୁ ୪୫ ଜଣ କରୋନା ପଜିଟିଭ ବାହାରିଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭କୁ ବୃଦ୍ଧି ପାଇଛି। 

Advertisment

୨୪ ଘଣ୍ଟା ମଧ୍ୟରେ ୭୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୯,୯୭,୦୬୩ ଜଣ କରୋନାକୁ ମାତ ଦେଇଛନ୍ତି। ରାଜ୍ୟରେ ଏବେ ଆକ୍ଟିଭ ସଂଖ୍ୟା ୬୯୯୬ ରହିଛି। 

ସେହିପରି ଆଖି ବୁଜିଥିବା ୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଓ ବାଲେଶ୍ୱରରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମ ଓ ପୁରୀରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୫୫କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ଦେଶର କରୋନା ସ୍ଥିତି ଦେଖିଲେ କେରଳରେ କରୋନ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।  ଆଜି ଦେଶରେ ଦିନକରେ ୩୮,୯୪୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧୯ ଆଖି ବୁଜିଛନ୍ତି। କେବଳ କେରଳରୁ ୨୬,୭୦୧ ପଜିଟିଭ ବାହାରିଥିବାବେଳେ ୭୪ ମୃତ୍ୟୁ ମୁଖରେ ପଡିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୨୭,୬୨୧ ଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪,୪୦,୭୫୨କୁ ବୃଦ୍ଧି ପାଇଛି। ଦେଶରେ  ଆକ୍ଟିଭ ସଂଖ୍ୟା ୪,୦୪,୮୭୪ ଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୧,୮୧,୯୯୫ ଜଣ।

COVID-19 Odisha COVID-19 Update
Advertisment
Advertisment