Advertisment

ଭାଇର ପ୍ରେମ ବିବାହ ପାଇଁ ଭଉଣୀର ଗଲା ଜୀବନ

ମହଙ୍ଗା ପଡ଼ିଲା ପ୍ରେମ ବିବାହ। ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Widow Killed

Widow Killed

ରେଢ଼ାଖୋଲ: ମହଙ୍ଗା ପଡ଼ିଲା ପ୍ରେମ ବିବାହ। ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା। ସେ ଜଣେ ବିଧବା ଥିଲେ। ତାଙ୍କ ବୟସ ପାଖାପାଖି ୩୫ ବର୍ଷ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ବନିତାଙ୍କ ଭାଇ ଗାଁର ହରି ମିର୍ଦ୍ଧାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ତାଙ୍କ ଭାଇଙ୍କ ଘର ଅନ୍ୟ ଗାଁରେ। ତେବେ ବନିତାଙ୍କ ଘରକୁ ଯିବାଆସିବା ବେଳେ ପଡ଼ୋଶୀ ହରିଙ୍କ ଝିଅ ସହ ବନିତାଙ୍କ ଭାଇଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ବିବାହ କରିଥିଲେ। ହେଲେ ଏହି ବିବାହରେ ହରି ଖୁସି ନଥିଲେ। ଏଥିପାଇଁ ସେ ସବୁବେଳେ ବନିତାଙ୍କୁ ଦାୟୀ କରୁଥିଲେ। ବନିତା ହିଁ ତାଙ୍କ ଭାଇଙ୍କୁ ଶିଖାଇ ଏସବୁ କରିଥିବା ହରି ଅଭିଯୋଗ କରୁଥିଲେ। ଏଥିପାଇଁ ହରି ଓ ବନିତାଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା।

ଗତକାଲି ସକାଳେ ବନିତା ଓ ହରିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାତିରେ ହରି, ତାଙ୍କର ଦୁଇ ନାବାଳକ ପୁଅ ଓ ସେମାନଙ୍କର ଆଉ ଜଣେ ସହଯୋଗୀ, ଯିଏକି ନାବାଳକ ସମସ୍ତେ ମିଶି ବନିତାଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ବନିତାଙ୍କୁ ଘର ଭିତରୁ ଅଗଣାକୁ ଟାଣି ଆଣିଥିଲେ ଓ ପନିକି ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ବନିତାଙ୍କ ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷେ, ପୋଲିସ୍‌ ଘଟଣାରେ ହରିଙ୍କ ସମେତ ତାଙ୍କର ଦୁଇ ନାବାଳକ ଓ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାକୁ ନେଇ ରେଢ଼ାଖୋଲ ଏସଡିପିଓ କହିଛନ୍ତି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତଦନ୍ତ ସରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।

Murder Case Odisha Crime
Advertisment
Advertisment