Advertisment

କାଲି ଅନନ୍ତ ବାସୁଦେବ ମନ୍ଦିର ଆସିବା ମନା

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଥିବା ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତବ୍ରତରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ। କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।

author-image
Chandan Shishu
Ananta Basudev Temple

Ananta Basudev Temple

ଭୁବନେଶ୍ୱର: ଆସନ୍ତାକାଲି ଅନନ୍ତ ବାସୁଦେବ ମନ୍ଦିରକୁ ସାଧାରଣ ଦର୍ଶନାର୍ଥୀଙ୍କୁ ବାରଣ। କାଲି ଅନନ୍ତ ବ୍ରତ ଥିବାରୁ କରୋନା ପାଇଁ ମନ୍ଦିରକୁ ସାଧାରଣ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ। ସାଧାରଣ ଦର୍ଶନ, ସାମୂହିକ ଏକତ୍ରୀକରଣ ଓ ପ୍ରସାଦ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।କେବଳ ଟିକା ନେଇଥିବା ସେବାୟତ ମାନେ କୋଭିଡ୍ ନିୟମ ମାନି ନୀତିକାନ୍ତି ପାଳନ କରିବାକୁ ଗାଇଡଲାଇନ୍ ଜାରି କରିଛି ବିଏମ୍‌ସି। 

Advertisment

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଥିବା ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତବ୍ରତରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ। କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଓ ମନ୍ଦିର ପରିସରରେ ମହାପ୍ରସାଦ ସେବା ଉପରେ କଟକଣା ଜାରି କରାଯାଇଛି।

ତେବେ ମନ୍ଦିରରେ ଠାକୁରଙ୍କ ପୂଜା ରୀତିନୀତି ଯଥାବତ୍ ସମ୍ପାଦନ ହେବ। କୋଭିଡ୍ ଗାଇଡଲାଇନ ପାଳନ କରି କେବଳ ଦୁଇ ଡୋଜ୍ ଟିକା ନେଇଥିବା ସେବାୟତଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା ନିମନ୍ତେ ଅନୁମତି ଦେବାକୁ ମନ୍ଦିର ପ୍ରଶାସନକୁ କୁହାଯାଇଛି। ସେବାୟତମାନେ ନିଶ୍ଚିତ ଭାବେ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା କରିବେ। ସେବାୟତମାନଙ୍କୁ ସାନିଟାଇଜର ଦେବାକୁ ମଧ୍ୟ ବିଏମସି ନିର୍ଦ୍ଦେଶ ଦେଇଛି।

Advertisment
Odisha Covid Guidelines
Advertisment
Advertisment