• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 19 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ମାଆକୁ ରୋଗ ହେଲା ବୋଲି ଜଙ୍ଗଲରେ ଛାଡ଼ିଦେଲେ

ମାଆ ରୋଗିଣା ହୋଇଗଲା ବୋଲି ଜଙ୍ଗଲରେ ଛାଡ଼ିଦେଲା ସନ୍ତାନ । ଭୁଲିଗଲା ନିଜ ମାଆର ମମତା । କେତେ ଅଝଟ ସହିଥିଲା ସେହି ମାଆ । ହେଲେ ଆଜି ସାମାନ୍ୟ ରୋଗ ପାଇଁ ମାଆର ମମତାକୁ ଭୁଲି, ଜଙ୍ଗଲରେ ଛାଡ଼ିଦେଲା ନିଷ୍ଠୁର ସନ୍ତାନ । More
  • Chandan Shishu
  • 3 years ago

ବିଏମ୍‌ସି ଅଫିସର୍‌ଙ୍କୁ ଲିପ୍ଟରେ ବନ୍ଦୀ କଲେ ବାର୍‌ କର୍ମଚାରୀ !

ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍।  More
  • Chandan Shishu
  • 3 years ago

ଭରତିଆ ଟାୱାର ୩ମହଲାରୁ ଡେଇଁ ଯୁବକ ମୃତ

କଟକ: କଟକ ବାଦାମବାଡ଼ି ଭରତିଆ ଟାୱାର ୩ମହଲାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି। ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ହଠାତ ତିନି ମହଲା ଉପରୁ ତଳକୁ ଡେଇଁ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ କେଉଁ କାରଣରୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ବାଦାମବାଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି।

  • Chandan Shishu
  • 3 years ago

ଏମ୍‌ସରେ ବେଡ୍‌ ନାହିଁ ! କେଉଁଠି ହେବ 'ଗାଣ୍ଡୁ'ର ଚିକିତ୍ସା?

ପଙ୍କଳବାଡି ଗାଁର ଗାଣ୍ଡୁ ବେହେରା ଗତ ଏକ ମାସ ହେଲା କୋମାରେ ଥାଇ ଡାକ୍ତରଖାନାରୁ ଡାକ୍ତରଖାନା ବୁଲୁଛନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଗାଣ୍ଡୁ ସୁରଟରୁ ଓଡିଶା ଆସିଥିଲେ। କିନ୍ତୁ ଏଠି ଅବସ୍ଥା ସାଂଘାତିକ ଥିବା କହିଛନ୍ତି ତାଙ୍କ ପରିବାର ଲୋକେ।  More

  • Satyendu Shekher Mishra
  • 3 years ago

କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ, YSRର ବାଜିମାତ୍‌

କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି । More

  • Chandan Shishu
  • 3 years ago

ବିଜେଡି ନେତା ପ୍ରଣୟ ସାହୁଙ୍କ ବିରୋଧରେ ମାମଲା

ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି।  More

  • Satyendu Shekher Mishra
  • 3 years ago

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । More

  • Chandan Shishu
  • 3 years ago

କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ ଏଥର କଟକଣା ଥିବାରୁ ଫୋକସରେ ରହିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ। More

  • Chandan Shishu
  • 3 years ago

ଅମଳ ହେବାକୁ ଥିବା ଫସଲକୁ ଛାରଖାର କରିଦେଲା ବର୍ଷା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।  More

  • Rajalaxmi Sahoo
  • 3 years ago

ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ। କାଲି ଏସ୍‌ସିବିରେ ୮୭ ବର୍ଷ ବୟସରେ ମନୋରମାଙ୍କର ପରଲୋକ ହୋଇଥିଲା। ଦୈନିକ ‘ସମାଜ’ର ସମ୍ପାଦିକା ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ପାଇଥିଲେ। ୧୯୯୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଥିଲେ ମନୋରମା ମହାପାତ୍ର। 

  • Rajalaxmi Sahoo
  • 3 years ago

ମାଛଧରା ଡଙ୍ଗା ଓଲଟି ୨ ନିଖୋଜ

ପାରାଦୀପ: ନେହରୁବଙ୍ଗଳା ପାଖ ମୁହାଣରେ ମାଛଧରା ଡଙ୍ଗା ଓଲଟିବାରୁ ଅଘଟଣ ଘଟିଛି। ୨ ଜଣ ନିଖୋଜ ଥିବାବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ୨ ନିଖୋଜଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି।

  • Rajalaxmi Sahoo
  • 3 years ago

‘ପିପିଲିରେ କଂଗ୍ରେସ ଫୁଲ୍ ଦମରେ ଲଢ଼ିବ’

ପିପିଲିରେ କଂଗ୍ରେସ ଫୁଲ୍ ଦମରେ ଲଢ଼ିବ ବୋଲି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ। ପିପିଲି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆଜି ଭୁବନେଶ୍ୱରରେ ଏକ ବୈଠକ ବସିଥିଲା। ବୈଠକ ପରେ ଚିରଞ୍ଜୀବ କହିଛନ୍ତି, ମୁଁ ଜ୍ୟୋତିଷ ନୁହେଁ ଯେ, କହିପାରିବି କିଏ ଜିତିବ ? କିନ୍ତୁ କଂଗ୍ରେସ ଭଲ ଲଢ଼େଇ କରିବ। ଲୋକଙ୍କ ପାଖରେ ଦଳର ବାର୍ତ୍ତା କିପରି ପହଞ୍ଚିବ, ସେ ନେଇ ବୈଠକରେ ଆଲୋଚନା ହୋଇଛି। ପ୍ରଭାରୀ ଚେଲା କୁମାରଙ୍କ ସହିତ ୨୦ ଜଣ ଷ୍ଟାର୍ କ୍ୟାମ୍ପେନର ଅଛନ୍ତି। ପ୍ରଦୀପ ମାଝୀ ମଧ୍ୟ ଏହି କମିଟିରେ ଥିବା ସୂଚନା ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ।

  • Rajalaxmi Sahoo
  • 3 years ago

ରାଜଧାନୀରେ ଡ୍ରେନ୍‌ ପାଣିରେ ଭାସିଗଲେ ଛାତ୍ର

ରାଜଧାନୀରେ ଡ୍ରେନ୍‌ ପାଣିରେ ଭାସିଗଲେ ଛାତ୍ର। ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍‌ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି। More

  • Rajalaxmi Sahoo
  • 3 years ago

ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ, ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ଭଲ ପାଇ ବାହା ହୋଇଥିଲେ, ହେଲେ ଚାରି ମାସ ବି ତିଷ୍ଠି ପାରିଲାନି ପ୍ରେମ ବିବାହ। ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ। More

  • Rajalaxmi Sahoo
  • 3 years ago

ସିଲ୍‌ ହେଲା ଭୁବନେଶ୍ୱରରେ ଆଉ ୨ ବାର୍‌

ସିଲ୍‌ ହେଲା ଭୁବନେଶ୍ୱରରେ ଆଉ ୨ଟି ବାର୍‌। କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍‌ରେ ନାଚ, ଗୀତ ଓ ମଦର ଆସର ଚାଲିଥିବା ଖବର ପାଇ ବିଏମ୍‌ସି ଅଧିକାରୀ ଓ କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା। More

  • Rajalaxmi Sahoo
  • 3 years ago

ଲୁଚିଛପି ଦ୍ୱିତୀୟ ବିବାହ କରିଥିଲେ; ରାତି ଅଧରେ ପୋଲିସ୍‌ ସହ ପହଞ୍ଚିଗଲା ପ୍ରଥମ ପତ୍ନୀ, ତା’ପରେ...

ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିଲେ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଅନ୍ୟ ଏକ ସ୍ଥାନରେ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା। More

  • Pallipuspa Samal
  • 3 years ago

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ‘କଦଳୀ ମଞ୍ଜା ବରା’

ବର୍ଷାଦିନେ ସଂଧ୍ୟାରେ ଚଟପଟା ଜଳଖିଆ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଆଜି ଆମେ ଏକ ଦେଶୀ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ ଆପଣଙ୍କର ସଂଧ୍ୟା ଜଳଖିଆ ଭାବେ ବନେଇ ପାରିବେ। ଏହି ସ୍ନାକ୍ସର ନାଁ ହେଉଛି ‘କଦଳୀ ମଞ୍ଜା ବରା’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା । More

  • Rajalaxmi Sahoo
  • 3 years ago

ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା, ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।  More

  • Rajalaxmi Sahoo
  • 3 years ago

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ଆଉ ୪ ଗେଟ୍‌

ଜଳସ୍ତର କମିବା ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍। ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି। More

  • Rajalaxmi Sahoo
  • 3 years ago

ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ

ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। More

  • Rajalaxmi Sahoo
  • 3 years ago

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୩ କରୋନା ସଂକ୍ରମିତ, ୧୮ ବର୍ଷରୁ କମ୍‌ ବର୍ଗର ୯୫ ଜଣ ଚିହ୍ନଟ

ରାଜ୍ୟରେ ପୁଣି ୬୦୦ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ରାଜ୍ୟରେ ୬୨୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୫ ଜଣ ଅଛନ୍ତି।   More

  • Prangyan Parimita
  • 3 years ago

ଅଳିଆ ଉଠା ଗାଡ଼ି ଚଳାଇ ପରିବାର ପୋଷୁଛନ୍ତି ମହିଳା : ନିଜେ ରୋଜଗାର କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଆଜିର ମହିଳା । ମହିଳା ମାନେ ସିଲେଇ କରିବା, ପାର୍ଲରେ କାମ କରିବା ଏପରିକି ନିଜର କାର ଚଲାଉଥିବା ଦେଖିଥିବେ ହେଲେ ମହିଳା ଡ୍ରାଇଭିଂ କରି ପରିବାର ପୋଷୁ ଥିବା କଥା ଜାଣି ନଥିବେ । ଭୁବନେଶ୍ୱର ମହାନଗର ନିଗମର ଅଳିଆ ଉଠା ଗାଡି ଚଳାଇ ପରିବାର ପୋଷୁଛନ୍ତି ଏଭଳି କିଛି ମହିଳା More

  • Prangyan Parimita
  • 3 years ago

ନଦୀ ଉପରେ ବିପଦସଙ୍କୁଳ ଜଳଯାତ୍ରା: ପୋଲ ନଥିବାରୁ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି ଲୋକେ

ଶିଶୁ ହୁଅନ୍ତୁ ଅବା ବୟସ୍କ କି ଗର୍ଭବତୀ, ଭରା ନଇରେ ପଶି ଯାତାୟାତ କରନ୍ତି ଅଞ୍ଚଳବାସୀ । ପୋଲ ନିର୍ମାଣ ଦାବି ନେଇ ସରକାରୀ ବାବୁଙ୍କଠାରୁ ଜନ ପ୍ରତିନିଧି ସମସ୍ତଙ୍କୁ ନେହୁରା ହୋଇଛନ୍ତି, ହେଲେ କେହି ଶୁଣିନାହାନ୍ତି । ସେପଟେ ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଞ୍ଚାୟତର ବଗାଡି ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି । More

  • Prangyan Parimita
  • 3 years ago

ନିର୍ଦ୍ଦୟ ଦୟା ଓ ରାଜୁଆର ରାଗରେ ଉବୁଟୁବୁ କଣାସ ଓ ଖୋର୍ଦ୍ଧା : ଗାଁ ଦାଣ୍ଡରେ ଅଣ୍ଟେ ଓ ଘର ଭିତରେ ଆଣ୍ଠୁଏ ପାଣି

ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ଗାଁରେ ନଈ କୂଳିଆ ବାସିନ୍ଦାଙ୍କ ପ୍ରତି ନିର୍ଦ୍ଦୟ ହୋଇଛି ଦୟା ନଦୀ । ଗାଁର ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ପାଣି ଆଉ ପାଣି । ବର୍ଷା ଛାଡ଼ିବାର ୩ ଦିନ ହେଲା ଗାଁରେ ଲହଡ଼ି ମାରୁଛି ନଈ ପାଣି । ବତୁରି ଗଲାଣି ଝାଟି ମାଟି ଘର । କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ କିଏ କହିବ । More

  • Prangyan Parimita
  • 3 years ago

ଓଡ଼ିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ: ପ୍ରଭାବରେ ଆଉ ଦୁଇଦିନ ପ୍ରବଳ ବର୍ଷା

ଓଡ଼ିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଆସନ୍ତା କିଛି ଘଣ୍ଟା ଭିତରେ ଏହା ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । More

  • Satyendu Shekher Mishra
  • 3 years ago

ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ, ୭ଦିନ ଯାଏଁ କରିବ ମାରାଥନ୍ ଜେରା

ଚାନ୍ଦିପୁର ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । କଟକରେ କରିବ ମାରାଥନ୍ ଜେରା । ୭ଦିନ ଧରି ୫ ଜଣଙ୍କଠୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଉଦାର ସତ୍ୟ ଉଗାଳିବ । ଏଥିପାଇଁ ବାଲେଶ୍ୱରରୁ କଡ଼ା ସୁରକ୍ଷା ଭିତରେ ସିଧାସଳଖ କଟକ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । More

  • Chandan Shishu
  • 3 years ago

କାଲି ଅନନ୍ତ ବାସୁଦେବ ମନ୍ଦିର ଆସିବା ମନା

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଥିବା ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତବ୍ରତରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ। କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। More

  • Chandan Shishu
  • 3 years ago

ଇକ୍‌ମୋ ଚିକିତ୍ସାରେ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର

ଏମ୍‌ସର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା। ତେବେ ଫୁସଫୁସ୍‌ରେ ଗଭୀର ସଂକ୍ରମଣ ସନ୍ଦେହ କରି ଏମ୍ସର ଏକ ବିଶେଷଜ୍ଞ ଡାକ୍ତର କମିଟି ଦ୍ୱାରା ଇକମୋ ଚିକିତ୍ସା କରାଯାଇଥିଲା। More

  • Satyendu Shekher Mishra
  • 3 years ago

ସାବଧାନ ! ଆପଣଙ୍କ ଅଜାଣତରେ ମୋବାଇଲ୍ ନମ୍ବର ଚୋରି ହୋଇନାହିଁ ତ ?

ସାବଧାନ ! ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ୍ ନମ୍ବର ଚୋରି ହୋଇଯାଇ ନାହିଁ ତ ? ଆପଣଙ୍କ ମୋବାଇଲ୍ ନମ୍ବର ଗୋଟିଏ ଟେଲିକମ୍ କଂପାନୀରୁ ଅନ୍ୟ ଟେଲିକମ୍ କମ୍ପାନୀରେ ପଞ୍ଜୀକୃତ ହୋଇନି ତ ? More

  • Chandan Shishu
  • 3 years ago

ବେଡରୁମ୍‌ର ଭିଡିଓ ଭାଇରାଲ କରିଦେଲା ବ୍ୟାଡ୍‌ ବଏ !

ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍‌ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍‌କୁ ଧରି ପଳାଇ ଆସିଲା। ପରବର୍ତ୍ତୀ ସେହି ଭିଡିଓ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ। More