Advertisment

୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା

କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ଜୁଲାଇ  ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି।

author-image
Chandan Shishu
ଅଦ୍ୟତନ ହୋଇଛି
College class

College class

ଭୁବନେଶ୍ୱର:  ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ୟୁଜି ଦ୍ୱିତୀୟ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା। ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଆରମ୍ଭ ହେବ। କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ନିଷ୍ପତ୍ତି ହୋଇଛି। ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି। କ୍ଲାସରୁମ୍ ପାଠପଢ଼ା ନେଇ ଗାଇଡ୍‌ଲାଇନ ଜାରି କରିଛି ବିଭାଗ। କଣ୍ଟେନମେଣ୍ଟ ଜୋନ୍‌ର ପିଲା ଓ ଶିକ୍ଷକ କଲେଜ ଆସିବା ମନା ହୋଇଛି।  ମାସ୍କ, ସାମାଜିକ ଦୂରତ୍ୱ ପାଳନ, କ୍ୟାମ୍ପସରେ ଛେପ ପକାଇବା ନିଷେଧ କରାଯାଇଛି। ଜରୁରୀ ସ୍ଥିତି ପାଇଁ ସବୁ ଶିକ୍ଷାନୁଷ୍ଠାନରେ ଆଇସୋଲେସନ ରୁମ୍‌ର ବ୍ୟବସ୍ଥା କରିବାକୁ ଜାରି ହୋଇଥିବା ଗାଇଡଲାଇନରେ ଦର୍ଶାଇଛି ଉଚ୍ଚଶିକ୍ଷା ବିଭାଗ। 

Advertisment

କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ଜୁଲାଇ  ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। 

ଏଥିରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ କଲେଜ ଖୋଲିଛି। କ୍ଲାସ୍‌ରୁମ୍‌ରେ ଭଲ ଭାବେ ବିଶୋଧନ,  ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ କୋଭିଡ଼ ନିୟମର କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

Advertisment
Odisha UG Covid Appropriate Behavior
Advertisment
Advertisment