Advertisment

ସାବାସ୍ ରାଜେଶ୍ ! ଷ୍ଟାଇପେଣ୍ଡ ଟଙ୍କାରେ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢାଉଛନ୍ତି M.Phil ଛାତ୍ର

କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।

author-image
Prangyan Parimita
 Ravenshaw Student Provides Free Tuition

Ravenshaw Student Provides Free Tuition

କନ୍ଧମାଳ( ତ୍ରିନାଥ ସାହୁ) : ପଛୁଆ ଅଞ୍ଚଳରେ ଶିକ୍ଷାର ଦୂର । ମାଗଣାରେ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଉଛନ୍ତି M.Phil ଛାତ୍ର । କୋଭିଡ କଟକଣା ପାଇଁ ପ୍ରାୟତଃ ଦୁଇ ବର୍ଷ ହେଲାଣି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହୁଛି । ଆଉ ଏହି ସମୟରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ରହୁଥିବା ଦେଖାଯାଉଛି । ବିଶେଷ କରି ଗରିବ ପିଲା ମାନେ ଯେଉଁ ମାନଙ୍କ ପାଖରେ ମୋବାଇଲ ନାହିଁ ସେମାନେ ଅନଲାଇନ ପାଠ ପଢାରୁ ବଞ୍ଚିତ ହେଇଛନ୍ତି । ଏପରି ସ୍ଥିତିରେ ଆଶାର ଆଲୋକ ହୋଇ ଆଗେଇ ଆସିଛନ୍ତି ରାଜେଶ୍ । ନିଜେ ପାଉଥିବା ଷ୍ଟାଇପେଣ୍ଡ ଟଙ୍କାରୁ ପିଲା ମାନଙ୍କ ପାଇଁ ପେନ, ପେନସିଲ, ବହି ଏବଂ ଖାତା ପ୍ରଭୃତି କିଣି ଦେବା ସହିତ ଦୈନିକ ସକାଳ ଏବଂ ସନ୍ଧ୍ୟାରେ ମାଗଣାରେ ପାଠ ପଢାଉଛନ୍ତି ।

Advertisment

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରିମାହା ଗ୍ରାମ ପଞ୍ଚାୟତର ଗଟାମାହା ଗାଁ । ରାଜେଶ ବଗର୍ତ୍ତି ନାମକ ଜଣେ ଯୁବକଙ୍କ ପାଇଁ ଏହି ଛୋଟ ଗାଁ ଏବେ ଚର୍ଚ୍ଚାରେ । ସେ ବର୍ତ୍ତମାନ କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଇତିହାସ ବିଭାଗରେ M.Phil କରୁଛନ୍ତି । ନିଜେ ପାଠ ପଢ଼ିବା ଭିତରେ ରାଜେଶ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନିଜ ଗାଁ ପିଲାମାନଙ୍କୁ କିପରି ଶିକ୍ଷିତ କରାଇ ମଣିଷ ପରି ମଣିଷ ଟିଏ କରି ଗଢିବେ ତଥା ସହରୀ ପିଲାମାନଙ୍କ ସହିତ ସମକକ୍ଷ କରାଇବା ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି ।

କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।

Advertisment

ଗତ ବର୍ଷ ଠାରୁ କୋଭିଡ ପାଇଁ ସ୍କୁଲ ଗୁଡ଼ିକ ଛୁଟି ହୋଇଯିବାପରେ ପିଲାମାନେ ଘରେ ରହି ପାଠ ନପଢି ବୁଲାବୁଲି ଓ ଖେଳକୁଦରେ ସମୟ ଅତିବାହିତ କରୁଥିଲେ । ରାଜେଶ ଗାଁ କୁ ଆସିବା ପରେ ପ୍ରତି ଘରକୁ ଘର ଯାଇ ପିଲାମାନଙ୍କୁ ନିଜ ଘରକୁ ଡାକି ପାଠ ପଢା ଆରମ୍ଭ କରିଥିଲେ । ତାଙ୍କୁ ମିଳୁଥିବା ଷ୍ଟାଇପେଣ୍ଡ ଟଙ୍କାରୁ ଗରିବ ପିଲାମାନଙ୍କୁ ବହି, ଖାତା, ପେନ, ପେନସିଲ ପ୍ରଭୃତି କିଣି ଦେଉଛନ୍ତି । ପ୍ରତିଦିନ ସକାଳ ୮ ରୁ ୧୦ ଏବଂ ସନ୍ଧ୍ୟା ୬ ରୁ ୯ ଟା ପର୍ଯ୍ୟନ୍ତ ପାଠ ପଢାଉଛନ୍ତି । ଗାଁର କୌଣସି ପିଲା ଯେପରି ନିରକ୍ଷର ହୋଇ ରହିବେ ନାହିଁ ସେହି ଉଦ୍ୟମ ଜାରି ରଖିଛନ୍ତି ।

କନ୍ଧମାଳ ଭଳି ଏକ ପଛୁଆ ଜିଲ୍ଲାର ଏକ ଛୋଟିଆ ଗାଁରୁ ଯାଇ କଟକର ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ଯେଭଳି ରାଜେଶ ପାଠ ପଢୁଛନ୍ତି, ସେପରି ତାଙ୍କ ଅଞ୍ଚଳର ଅନ୍ୟ ପିଲା ମାନେ ମଧ୍ୟ ଭଲ ପାଠ ପଢନ୍ତୁ ବୋଲି ସେ ଚାହୁଁଛନ୍ତି । ତେବେ ରାଜେଶ ଯେ କେବଳ ନିଜ ଗାଁର ପିଲାମାନଙ୍କୁ ନୁହେଁ ବରଂ ସୁଯୋଗ ପାଇଲେ କନ୍ଧମାଳର ପ୍ରତି ଗ୍ରାମର ପିଲା ମାନେ କିପରି ଭଲ ପାଠ ପଢିବେ ଆଉ କେହି ନିରକ୍ଷର ହୋଇ ରହିବେ ନାହିଁ ସେହି କାର୍ଯ୍ୟରେ ଆଗକୁ ମନୋନିବେଶ କରିବେ ବୋଲି ଲଖ୍ୟ ରଖିଛନ୍ତି । ଆଉ ନିଜ ଅଞ୍ଚଳର ଶିକ୍ଷା ,ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟଜଳ ସମସ୍ୟାର ସମାଧାନ ସହିତ ନିଜ ଅଞ୍ଚଳର କିଭଳି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେଥିପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି,ଯାହା ଫଳରେ ତାଙ୍କ ପାଇଁ ଗ୍ରାମବାସୀ ମାନେ ବହୁତ ଖୁସି ଏବଂ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

Motivational Story
Advertisment
Advertisment