Advertisment

OCA 2021: ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଜୁରୀ ବୈଠକ

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକରେ ସମସ୍ତ ୯ଟି ବର୍ଗରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୪ଜଣ ଲେଖାଏଁଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡାଯିବ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Citizens Award Meeting

Odisha Citizens Award Meeting

ଭୁବନେଶ୍ୱର: ଓଡିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ (OCA-2021) ପାଇଁ  ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଜୁରୀ ବୈଠକ ଅନୁଷ୍ଠିତ ହୋଇସାରିଛି। ଓଡ଼ିଶା ସିଟିଜେନ୍ ଆଓ୍ୱାର୍ଡରେ ରାଜନୀତି, ଶିକ୍ଷା, ସମାଜସେବା, କ୍ରୀଡା, ମନୋରଞ୍ଜନ, କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ। ଏସବୁ କ୍ଷେତ୍ରରେ ଏକ୍ସପର୍ଟମାନଙ୍କୁ ନେଇ ଏକ ବିଚାରକ ମଣ୍ଡଳୀ ଗଠନ କରାଯାଇଛି। ଯେଉଁମାନେ ବୈଠକରେ ଆଓ୍ୱାର୍ଡ ଲାଗି ମନୋନୀତ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ପ୍ରଦର୍ଶିତ ପ୍ରୋଫାଇଲ୍‌କୁ ଅନୁଧ୍ୟାନ କରିବା ସହ ମାର୍କ ଦେଇଥିଲେ।

Advertisment

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକରେ ସମସ୍ତ ୯ଟି ବର୍ଗରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୪ଜଣ ଲେଖାଏଁଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡାଯିବ। ବିଚାରକ ମଣ୍ଡଳୀଙ୍କ ନିର୍ଣ୍ଣୟ ଏବଂ ଜନତାଙ୍କ ମତାମତକୁ ଆଧାର କରି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ୯ଟି ବର୍ଗରେ ଓଡିଶା ସିଟିଜେନ୍ସ ଆଓ୍ବାର୍ଡ-୨୦୨୧ ପ୍ରଦାନ କରାଯିବ।

Otv Odisha Citizens Award OCA 2021
Advertisment
Advertisment