Advertisment

ବେଡରୁମ୍‌ର ଭିଡିଓ ଭାଇରାଲ କରିଦେଲା ବ୍ୟାଡ୍‌ ବଏ !

ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍‌ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍‌କୁ ଧରି ପଳାଇ ଆସିଲା। ପରବର୍ତ୍ତୀ ସେହି ଭିଡିଓ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ।

author-image
Chandan Shishu
Allegation by Victim

Allegation by Victim

କୋରାପୁଟ: ପ୍ରଥମେ ବନ୍ଧୁତା, ତା ପରେ ପ୍ରେମ, ଆଉ ଶେଷରେ ଧୋକା। କେବଳ ସେତିକି ନୁହେଁ, ଭଲ ପାଇବାର ଅଭିନୟ କରି ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକ। ଆଉ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ସୁଟିଂ କରିଥିବା ଭିଡିଓକୁ ଭାଇରାଲ୍‌ କରିଦେଲା ପ୍ରେମିକ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରେ। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

Advertisment

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳର ୧୯ ବର୍ଷୀୟ ଯୁବତୀ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଜୁନେସ୍‌ ଖସଲା ନାମକ ଯୁବକଙ୍କ ସହିତ ତାଙ୍କର ବନ୍ଧୁତା ସୃଷ୍ଟି ହୋଇଥିଲା। ଦୀର୍ଘ ଦିନର ସେହି ବନ୍ଧୁତା ଅତି ନିକଟତର ହୋଇଥିଲା। ଏହାର ସୁଯୋଗ ନେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା ଜୁନେସ। ଆଉ କୌଶଳ କରି ଯୁବତୀଙ୍କ ମୋବାଇଲ୍‌ରେ ଜୁନେସ୍‌ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରିଥିଲେ, ଯାହା ଏବେ ଅଭିଯୋଗ ହୋଇଛି।

ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍‌ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍‌କୁ ଧରି ପଳାଇ ଆସିଲା। ପରବର୍ତ୍ତୀ ସେହି ଭିଡିଓ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ। ମାତ୍ର ଏଥିରେ ଯୁବତୀ ଜଣକ ରାଜି ହୋଇନଥିଲେ। ଏହା ପରେ ଜୁନେସ ସୁଟିଂ କରିଥିବା ଭିଡ଼ିଓକୁ ଭାଇରାଲ କରି ଦେଇଥିଲା।

Advertisment

ଏବେ ସେହି ଭିଡ଼ିଓ ସୋଶାଲ ମିଡ଼ିଆରେ ଘୂରି ବୁଲିଛି। ଆଜିକୁ ୧୫ ଦିନ ତଳେ ଏନେଇ ପରିବାର ଲୋକେ ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପଟାଙ୍ଗି ଥାନା ପୁଲିସ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ପୀଡିତା ଅଭିଯୋଗ କରିଛନ୍ତି। ପୀଡ଼ିତା ଶୁକ୍ରବାର ପୁଣି ଥରେ ଥାନାକୁ ଯାଇ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସକୁ ଗୁହାରି କରିଥିଲା।  ଏହି ସମ୍ପର୍କରେ ପଟାଙ୍ଗି ଥାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Odisha Koraput Viral Video
Advertisment
Advertisment