• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରଞ୍ଜିଆ(ଦୀପକ କୁମାର ମହାନ୍ତ) : କାର୍ ତିଆରି କଲେ ଚାଷୀ । ଇଞ୍ଜିନିୟରିର ପାଠ ପଢ଼ିନାହାନ୍ତି କିନ୍ତୁ କାମ ଇଂଜିନିୟରିର ଠାରୁ ବଳି । ସଫଳ ବ୍ୟବସାୟୀ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ ଗତ ଲକଡାଉନରେ ମଧ୍ୟ ଏକ ଗାଡ଼ି ତିଆରି କରିଥିବା ବେଳେ ଏଥର ଲକଡାଉନରେ ମଧ୍ୟ ଆଉ ଏକ ନୂଆ ଉଦ୍ଭାବନ କରି କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜସ୍ଵ ଜ୍ଞାନ ବଳରେ ସେ ତିଆରି କରିଛନ୍ତି ଆମେରିକା ଫୋର୍ଡ଼ ମଡେଲର ଏକ ବ୍ୟାଟରୀ ଚାଳିତ ଚାରିଚକିଆ ଯାନ ।

ମୟୂରଭଂଜ ଜିଲ୍ଲା କରଂଜିଆର ଚାଷୀ ଓ ବ୍ୟବସାୟୀ ସୁଶୀଲ କୁମାର ଅଗ୍ରୱାଲ । ବର୍ତ୍ତମାନ ସେ ଏକ ୧୯୨୦ ମସିହାର ଫୋର୍ଡ ମଡେଲ୍ କାର୍ ତିଆରି କରିଛନ୍ତି । କରୋନା ମାହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଓ ସଟଡାଉନ ଚାଲିଥିଲା ସୁଶୀଲ ଅଗ୍ରୱାଲ ଘରେ ବସି ନରହି ନିଜର ଜ୍ଞାନ କୌଶଳରେ ଏହି ଗାଡ଼ି ତିଆରି କରିଛନ୍ତି । ପୂର୍ବରୁ ମଧ୍ୟ ସେ ଏକ ସୋଲାର ବ୍ୟାଟରୀ ଚାଳିତ ୪ଚକିଆ ଗାଡି ନିର୍ମାଣ କରି ଚର୍ଚ୍ଚାରେ ଥିଲେ । ଆଉ ଏଥର ଆମେରିକାର ଫୋର୍ଡ଼ ମଡେଲର ଏକ ଗାଡି ତିଆରି କରିଛନ୍ତି ।

କେବଳ ଦୁଇଟି ବଡ଼ ବ୍ୟାଟରୀରେ ଏହି ଗାଡ଼ିଟି ଚାଲୁଛି । ଥରେ ଫୁଲଚାର୍ଜ କଲେ ୩୦୦ ରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ ୨୦୨୦ ମସିହାର ଫୋର୍ଡ ମଡେଲ ଗାଡ଼ି । ପ୍ରଥମ ଗାଡ଼ି ନିର୍ମାଣରେ ଯାହା ଅସୁବିଧା ଅସୁବିଧା ହେଉଥିଲା, ସେଥିରେ ସୁଧାର ଆଣି ଦ୍ୱିତୀୟ ଗାଡ଼ିକୁ ସମ୍ପୂର୍ଣ୍ଣ କରିଛନ୍ତି । ଅଳ୍ପ ଖର୍ଚ୍ଚରେ ସୋଲାର ଗାଡ଼ି ତିଆରି କରିଥିବାରୁ ବିଭିନ୍ନ ସ୍ଥାନରୁ ଦେଖିବାକୁ ଆସୁଛନ୍ତି ଲୋକେ । ଏହି ଚାରିଚକିଆ ଗାଡ଼ିରେ ୪ ଜଣ ବସି ବିଭିନ୍ନ ସ୍ଥାନକୁ ଯାଇପାରିବେ । ତେବେ ସବୁଠାରୁ ବଡ଼ କଥା ହେଲା ଗାଡ଼ିରେ ମୋବିଲ, ତେଲ କିଛି ଆବଶ୍ୟକତା ପଡ଼ିବ ନାହିଁ ।

ସୁଶୀଲଙ୍କୁ ଗାଡି ନିର୍ମାଣ କରିବା ପାଇଁ ତାଙ୍କୁ ୬ମାସ ସମୟ ଲାଗିଥିଲା । ଫେବୃଆରୀ ମାସରୁ ଆରମ୍ଭ କରି ସେପ୍ଟେମ୍ବରରେ ମାସରେ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ବର୍ତ୍ତମାନ ଏହି ଗାଡିକୁ ନେଇ ସେ ନିଜେ ପରୀକ୍ଷା ନିରୀକ୍ଷଣ ମଧ୍ୟ କରୁଛନ୍ତି । ଆଗକୁ ଏହାର ଗାଡି ତିଆରି କରି ବଜାରକୁ ଛାଡ଼ିବାକୁ ଲକ୍ଷ ରଖିଛନ୍ତି । ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ବଜାରରେ ହି ଗାଡିର ଚାହିଦା ବେଶ ରହିବ ବୋଲି ସେ ଆଶା ରଖିଛନ୍ତି । ବିଶେଷ କରି ମଧ୍ୟବର୍ତ୍ତୀ ପରିବାର ଲକମାନେ ଏହି ଗାଡ଼ି କିଣି ପାରିବେ । ଏନେଇ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି ।