Advertisment

କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପର ରୁମ୍‌ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Youth Found Hanging Inside Kalyan Mandap

Youth Found Hanging Inside Kalyan Mandap

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପର ରୁମ୍‌ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀଙ୍କ ନାଁ ପ୍ରକାଶ ଭୋଳ। ପ୍ରକାଶଙ୍କ ମୃତଦେହ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ‘BLUE ORCHID’ ମଣ୍ଡପର ଏକ ରୁମ୍‌ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।  

Advertisment

ପ୍ରକାଶଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଆର୍ଥିକ ସମସ୍ୟା ପାଇଁ ସେ ଆତ୍ମହତ୍ୟା କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ହେଲେ ପ୍ରକାଶଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରୁ ନାହାନ୍ତି। ତାଙ୍କ ହତ୍ୟା କରାଯାଇଥିବା ପ୍ରକାଶଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ସୁଇସାଇଡ୍ ନୋଟ୍‌ ପ୍ରକାଶ ଲେଖିନାହିଁ, ବରଂ ଏହାକୁ ଆଉ କିଏ ଲେଖିଥିବା ପ୍ରକାଶଙ୍କ ଭାଇ ଅଭିଯୋଗ କରିଛନ୍ତି। ଟଙ୍କା କାରବାର ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି।

ପ୍ରକାଶଙ୍କ ମୃତ୍ୟୁକୁ ନେଇ କଲ୍ୟାଣ ମଣ୍ଡପ ମ୍ୟାନେଜର କହିଛନ୍ତି, ‘ଟଙ୍କା କାରବାରକୁ ନେଇ ତାଙ୍କ ସହ କୌଣସି ସମସ୍ୟା ନଥିଲା। ସେ ମଧ୍ୟ କେବେବି ଆମ ଠାରୁ ଧାର ଉଧାର କରନ୍ତି ନାହିଁ।’ ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ଲଗାଇ ଥାଇ ପାରନ୍ତି ବୋଲି ମଣ୍ଡପ ମ୍ୟାନେଜର କହିଛନ୍ତି। ପ୍ରକାଶଙ୍କ ଭାଇ ଅଭିଯୋଗ ଆଣି କହିଛନ୍ତି, ‘ଦୀର୍ଘ ୪ ବର୍ଷ ହେଲା ପ୍ରକାଶ ‘BLUE ORCHID’ରେ କାମ କରୁଥିଲେ। ଚାକିରି ଛାଡ଼ି ସେ ଏଠି ବିଜ୍‌ନେସ୍‌ କରୁଥିଲା। ଟଙ୍କା ପାଇଁ କିଛିଦିନ ପୂର୍ବେ ସେ ମୋ ପାଖକୁ କଲ୍‌ କରିଥିଲା। ଘରକୁ ଆସି କଥା ହେବାପାଇଁ ମୁଁ କହିଥିଲି। ଗୁରୁବାର ଦିନ ଘରକୁ ଯାଇଥିଲା ଓ ସେ ମୋତେ ୧ ଲକ୍ଷ ଟଙ୍କା ମାଗି ଥିଲା। ଚାପରେ ଅଛି ଓ ମୋତେ ଜଣେ ଧମକ ଦେଉଛନ୍ତି। ତେଣୁ ଟଙ୍କା ଦରକାର ବୋଲି ସେ କହିଥିଲା। କେୟାର ଟେକର୍‌, ଅଫିସ ବୟ ସବୁ ଛୁଟିରେ ଅଛନ୍ତି। ତେବେ ପ୍ରି ପ୍ଲାନିଂ କରାଯାଇ ତାକୁ ହତ୍ୟା କରାଯାଇଛି’।

Advertisment

‘ମୋ ପୁଅକୁ ମାରି ଦେଇଛନ୍ତି। ତାକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିଲେ’ ବୋଲି ପ୍ରକାଶଙ୍କ ଅଭିଯୋଗ ଆଣିଛନ୍ତି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି।  ସୁଇସାଇଡ୍ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ଜଣାପଡ଼ିଛି।  

Youth Found Dead
Advertisment
Advertisment