Begging for last rites
କେନ୍ଦ୍ରାପଡ଼ା: ଦିଅରଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛନ୍ତି ୨ ଭାଉଜ, ବୁଢ଼ୀ ମାଆ ଓ ପରିବାରର କୁନିକୁନି ପିଲା। କେତେବେଳେ ରାସ୍ତାରେ ତ ଆଉ କେତେବେଳେ ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି। କାରଣ ଘରେ କେହି ରୋଜଗାରିଆ ନାହାନ୍ତି। ଯେଉଁମାନେ ଥିଲେ ସେମାନଙ୍କ ଭିତରୁ ଜଣେ ସ୍ୱର୍ଗରେ, ଆଉ ୨ ଜଣ ଜେଲ୍ରେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଚ୍ୟୁତପୁର ଗାଁରେ।
ସୂଚନା ଅନୁସାରେ, ଗତମାସ ୧୨ ତାରିଖରେ ଭାରିଗଦା ପ୍ରସ୍ତାବିତ ମେଗା ଜଳପ୍ରକଳ୍ପ ଭଙ୍ଗାରୁଜା ଘଟଣାରେ ଗୋଟିଏ ପରିବାରର ୨ ରୋଜଗାରିଆ ଭାଇ ଅନିରୁଦ୍ଧ ମଲିକ ଓ ଶଙ୍କର୍ଷଣ ମଲିକଙ୍କୁ ପୋଲିସ ରାତି ଅଧିଆ ଗିରଫ କରି ଜେଲ୍ ପଠାଇଛି। ସେପଟେ ବେଙ୍ଗଳୁରୁରେ ଥିବା ସବା ସାନ ଭାଇ ରବୀନ୍ଦ୍ର ମଲିକ ୨ ଭାଇଙ୍କୁ ମୁକୁଳାଇ ନପାରିବାରୁ ଭାଙ୍ଗିପଡ଼ି ଗତ ୮ ତାରିଖରେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ କହିଛନ୍ତି।
ଏଭଳି ଦାରୁଣ ଦୁଃଖ ସାଙ୍ଗକୁ ମାସାଧିକ କାଳ ଘରେ କେହି ରୋଜଗାରିଆ ନଥିବାରୁ, ପରିବାର ଭୋକ ଉପାସରେ ରହୁଛନ୍ତି। ଏଭଳି ସ୍ଥିତିରେ ମୃତ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରର ମହିଳା ଓ ଶିଶୁଙ୍କୁ ଭିକ୍ଷାବୃତ୍ତି ଆପଣେଇବାକୁ ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)